Breaking PLUSଦେଶମୁଖ୍ୟ ଖବର

ସମବାୟ କୃଷି ଓ ଗ୍ରାମୀଣ ଅର୍ଥବ୍ୟବସ୍ଥାର ନବୀକରଣର ପ୍ରାମଣିକ ବ୍ୟବସ୍ଥା- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,24 ଫେବୃୟାରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଯେ, ସରଳ ଜୀବନଯାପନ ସହିତ ଜଡିତ ସାମାନ୍ୟ ବ୍ୟବସ୍ଥାକୁ ବଡ ଉଦ୍ୟୋଗିକ କ୍ଷମତାରେ ରୂପାନ୍ତରିତ କରିପାରିବ । ଦେଶର ଅର୍ଥବ୍ୟବସ୍ଥା ବିଶେଷ କରି ଗ୍ରାମୀଣ ଓ କୃଷି ଅର୍ଥବ୍ୟବସ୍ଥାର ନବୀକରଣର ସହକାରିତା ପ୍ରାମାଣିକ ବ୍ୟବସ୍ଥା ଅଟେ । ଭାରତ ମଣ୍ଡପରେ ପ୍ରଧାନମନ୍ତ୍ରୀ ମୋଦି ଏହା କହିଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀର ଭାରତ ମଣ୍ଡପମରେ ସମବାୟ ସହିତ ଜଡିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ 11ଟି ରାଜ୍ୟକୁ ଶାସ୍ୟ ବିତରଣ ପାଇଁ 11ଟି ପ୍ୟାକ୍ସ ଭଣ୍ଡାର ସୁବିଧାର ଶୁଭାରମ୍ଭ କରିବା ସହ 5ଶହ ପ୍ୟାକ୍ସ ଭଣ୍ଡାର କେନ୍ଦ୍ର ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଦୁନିଆର ସବୁଠୁ ବଡ ଅନ୍ନ ଭଣ୍ଡାର ଯୋଜନାର ଆରମ୍ଭ ହୋଇଛି । ଏଥିରେ ଅନେକ ୱେୟାରହାଉସ ଓ ଗୋଦାମ ସାରା ଦେଶର କୋଣ ଅନୁକୋଣରେ ନିର୍ମାଣ କରାଯିବ । ଏହା ବ୍ୟତୀତ ଆଜି 18ହଜାର ପ୍ୟାକ୍ସର ମଧ୍ୟ କମ୍ପ୍ୟୁଟରାଇଜେସନର କାମ ପୂରଣ ହୋଇଛି । ଏହା ଦେଶର କୃଷି ଭିତ୍ତିଭୂମିରେ ବଡ ପରିବର୍ତ୍ତନ ଆଣିବ ଏବଂ କୃଷି କ୍ଷେତ୍ରରେ ଆଧୁନିକ ଟେକ୍ନୋଲୋଜି ଯୋଡି ହେବ ।

Show More

Related Articles

Back to top button