Breaking PLUSଓଡ଼ିଶାମୁଖ୍ୟ ଖବର

ଚାନ୍ଦା ମାଗୁଛି ନକଲି ମାଓବାଦୀ; ୩ ଜଣକୁ ଗିରଫ କଲା ପୋଲିସ୍

ମାଓବାଦୀ କହି ଚାନ୍ଦା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ୧୦ ଲକ୍ଷ ଟଙ୍କାର ଚାନ୍ଦା ମାଗିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି ପୁଲିସ୍।

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅଞ୍ଚଳରେ ମାଓବାଦୀ କହି ଚାନ୍ଦା ଆଦାୟ କରାଯାଉଥିବା ଅଭିଯୋଗ ହୋଇଛି। ୧୦ ଲକ୍ଷ ଟଙ୍କାର ଚାନ୍ଦା ମାଗିବା ଅଭିଯୋଗରେ ୩ ଜଣକୁ ଗିରଫ କରିଛି ପୋଲିସ୍। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ଜୟପାଟଣା ଥାନା ଅନ୍ତର୍ଗତ ପୁଝାରୀଗୁଡ଼ାର ତୁଳସୀରାମ ନାୟକ ନାମକ ଜଣେ ବ୍ୟକ୍ତି ଚାଷୀଙ୍କୁ ଫୋନ୍ ଜରିଆରେ ୧୦ ଲକ୍ଷ ଟଙ୍କା ଚାନ୍ଦା ଦେବା ପାଇଁ କହିଥିଲେ। ଟଙ୍କା ନଦେଲେ ପରିସ୍ଥିତି ଭୟାବହ ହେବ ବୋଲି ଧମକ ମଧ୍ୟ ଦେଇଥିଲେ । ଏନେଇ ତୁଳସୀରାମ ଜୟପାଟଣା ଥାନା ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ । ପରେ ଯୋଜନାବଦ୍ଧ ଭାବେ ୩ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି ପୋଲିସ୍।

Show More

Related Articles

Back to top button