Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ବଡ଼ ଭାଇଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ପାଠ କରାଇଲେ ସାନଭାଇ

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଚତୁର୍ଥ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି ମହିନ୍ଦା ରାଜପକ୍ଷେ। ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ଉପନଗରୀ କେଲାନିୟାରେ ଥିବା ରାଜମାହା ବିହାରାୟ ନାମକ ଏକ ବୌଦ୍ଧ ମନ୍ଦିରରେ ଏହି ଶପଥପାଠ କରାଇଥିଲେ।

କଲମ୍ବୋ: ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବେ ଚତୁର୍ଥ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି ମହିନ୍ଦା ରାଜପକ୍ଷେ। ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର ଉପନଗରୀ କେଲାନିୟାରେ ଥିବା ରାଜମାହା ବିହାରାୟ ନାମକ ଏକ ବୌଦ୍ଧ ମନ୍ଦିରରେ ଏହି ଶପଥପାଠ କରାଇଥିଲେ। ଶ୍ରୀଲଙ୍କା ପିପୁଲ୍‌ସ୍ ପାର୍ଟିର ଏହି ୭୪ ବର୍ଷିୟ ନେତାଙ୍କୁ ଶପଥ ପାଠ କରାଇଥିଲେ ତାଙ୍କର ସାନଭାଇ ତଥା ରାଷ୍ଟ୍ରପତି ଗୋତବାୟ ରାଜ‌‌ପକ୍ଷେ। ଏ ନେଇ ସେ ଟୁଇଟ କରି ଲେଖିଥିଲେ ଜନତାଙ୍କ ସେବା ନିମନ୍ତେ ପୁଣି ଥରେ ସୁଯୋଗ ଦିଆଯାଇଥିବାରୁ ମୁଁ ଗର୍ବ ଅନୁଭବ କରୁଛି। ଶ୍ରୀଲଙ୍କାବାସୀଙ୍କ ବିଶ୍ୱାସ ମତେ ମୋ ଦେଶର ସେବା ପାଇଁ ପ୍ରେରଣା ଦେବ ବୋଲି ସେ କହିଛନ୍ତି।
ଅଗଷ୍ଟ ୫ ତାରିଖ ଦିନ ମହିନ୍ଦାଙ୍କ ନେତୃତ୍ୱରେ ଶ୍ରୀଲଙ୍କା ପିପୁଲ୍‌ସ୍ ପାର୍ଟି ଦୁଇ ତୃତୀୟାଂଶ ସଂଖ୍ୟଗରିଷ୍ଠତା ପାଇ ସାଧାରଣ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିଲେ ।

Show More

Related Articles

Back to top button