Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ଅମିତ ଶାହଙ୍କ ନେଗେଟିଭକୁ ନେଇ ମନୋଜ ତିୱାରୀଙ୍କ ଗୁଜବ

ଗୃହମନ୍ତ୍ରୀ ଅମିତ ଶାହଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ଖବର ଏକପ୍ରକାର ଗୁଜବ ସାବ୍ୟସ୍ତ ହୋଇଛି।

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିବା ଖବର ଏକପ୍ରକାର ଗୁଜବ ସାବ୍ୟସ୍ତ ହୋଇଛି। ସୂଚନା ଅନୁସାରେ, ଦିଲ୍ଲୀର ପୂର୍ବତନ ବିଜେପି ସଭାପତି ମନୋଜ ତିୱାରୀ ଏ ନେଇ ଏକ ଟ୍ୱିଟ୍ ଯୋଗେ ସୂଚନା ଦେଇଥିଲେ। କିନ୍ତୁ ଏହି ଟୁଇଟକୁ କିଛି ସମୟ ପରେ ଡିଲେଟ କରିଦେଇଥିଲେ। ମନୋଜ ତିୱାରୀଙ୍କ ଟ୍ୱିଟକୁ ନେଇ ସ୍ପଷ୍ଟିକରଣ ରଖିଥିଲା କେନ୍ଦ୍ର ଗୃହମନ୍ତ୍ରାଳୟ। ଗୃହମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ପଜିଟିଭ୍ ଜଣାପଡ଼ିବା ପର ଠାରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କର ଆଉ କରୋନାଭାଇରସ୍ ପରୀକ୍ଷା କରାଯାଇ ନାହିଁ। ଆଗାମୀ ଦୁଇ ଦିନ ମଧ୍ୟରେ ତାଙ୍କର ନମୁନା ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି।
ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଶାହାଙ୍କ ଠାରେ ସମ୍ପ୍ରତି କୌଣସି ଲକ୍ଷଣ ଦେଖାଯାଉନାହିଁ। ଡାକ୍ତରଖାନା ଶଯ୍ୟାରେ ଥାଇ ସେ ଗୃହମନ୍ତ୍ରାଳୟ କାର୍ଯ୍ୟ କରୁଛନ୍ତି।

Show More

Related Articles

Back to top button