ଓଡ଼ିଶା

ଲୋକଙ୍କ ଭିତରେ ଜଜବା ସୃଷ୍ଟି କରୁଛନ୍ତି ହାସିମ

ଅସହାୟ ଲୋକଙ୍କୁ ସାହା ହୁଅନ୍ତି ଜଜବା ହାସିମ ଅବଦୁଲା ଟ୍ରଷ୍ଟ। ଏହି ଟ୍ରଷ୍ଟ ଓଡ଼ିଶାର ଅନେକ ବିପତ୍ତି ସମୟରେ ଲୋକଙ୍କୁ ସହାୟତା ହାତ ବଢାଇଛି।

ଭୁବନେଶ୍ୱର : ମାନବ ସମାଜର ଅଣ୍ଟା ଭାଙ୍ଗିଦେଇଛି ମହାମାରୀ କୋରୋନା। ସମଗ୍ର ପୃଥିବୀରେ ମହାମାରୀ କୋରୋନା ସବୁକିଛି ଉଜାଡି ଦେଇଥିବା ବେଳେ ଅନେକ ଅସହାୟ ଲୋକଙ୍କୁ ସାହା ହୁଅନ୍ତି ଜଜବା ହାସିମ ଅବଦୁଲା ଟ୍ରଷ୍ଟ। ଏହି ଟ୍ରଷ୍ଟ ଓଡ଼ିଶାର ଅନେକ ବିପତ୍ତି ସମୟରେ ଲୋକଙ୍କୁ ସହାୟତା ହାତ ବଢାଇଛି। ଫନି, ହୁଡହୁଡ, ଫାଇଲିନ ଓ ଅମ୍ଫାନ ଭଳି ଅନେକ ମହାବାତ୍ୟା ସମୟରେ ଲୋକମାନଙ୍କୁ ବଢାଇଥିଲା ଜଜବା ହାସିମ ଅବଦୁଲା ଟ୍ରଷ୍ଟ। ଏହି ଅନୁଷ୍ଠାନର ମୁଖ୍ୟ ସଫଦର ହାସିମ ବିଗତ ଦିନରେ ମଧ୍ୟ ଅସହାୟ ଗରିବଙ୍କୁ ସହାୟତା କରିଥିଲା। ଆଜି, ଭୁବନେଶ୍ୱର, ଚନ୍ଦ୍ରଶେଖରପୁର, ଡମଣା ହାଟ ବସ୍ତିରେ ସାନିଟାଇଜର ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି କହିଛନ୍ତି ଜଜବା ଅନୁଷ୍ଠାନର ଅଧ୍ୟକ୍ଷ।

Show More

Related Articles

Back to top button