Breaking PLUSଖେଳମୁଖ୍ୟ ଖବର

ପ୍ରଥମ ଟେଷ୍ଟରେ ପାକିସ୍ତାନର ଶୋଚନୀୟ ପରାଜୟ; ଇଂଲଣ୍ଡ ବିଜୟୀ

ଇଂଲଣ୍ଡ ଭ୍ରମଣକାରୀ ପାକିସ୍ତାନକୁ ପ୍ରଥମ ଟେଷ୍ଟରେ ତିନି ୱିକେଟରେ ପରାସ୍ତ କରିଛି। ମାତ୍ର ୭ ୱିକେଟ ହରାଇ ବିଜୟ ହାସଲ କରିଥିଲା।

ନୂଆଦିଲ୍ଲୀ: ଇଂଲଣ୍ଡ ଭ୍ରମଣକାରୀ ପାକିସ୍ତାନକୁ ପ୍ରଥମ ଟେଷ୍ଟରେ ତିନି ୱିକେଟରେ ପରାସ୍ତ କରିଛି। ପାକିସ୍ତାନ ଦ୍ୱିତୀୟ ଇନିଂସରେ ୧୬୯ ରନ କରିଥିଲା। ବିଜୟ ପାଇଁ ଇଂଲଣ୍ଡକୁ ୨୭୭ ରନର ଆବଶ୍ୟକ ଥିବାବେଳେ ଦଳ ଏହାକୁ ମାତ୍ର ୭ ୱିକେଟ ହରାଇ ବିଜୟ ହାସଲ କରିଥିଲା। ଆଜି ଖେଳାଯାଇଥିବା ୮୩ତମ ଓଭରରେ ଇଂଲଣ୍ଡ ୭ ୱିକେଟ ହରାଇ ଆବଶ୍ୟକୀୟ ୨୭୭ ରନ ବିଜୟଲକ୍ଷକୁ ଅତ୍ୟନ୍ତ ସହଜ ଭାବେ ହାସଲ କରିଥିଲା। ଇଂଲଣ୍ଡ ତାର ବିଜୟ ପାଳି ଆରମ୍ଭରେ ମଧ୍ୟାହ୍ନ ବିରତି ପର୍ଯ୍ୟନ୍ତ ୫୫ ରନ ପର୍ଯ୍ୟନ୍ତ ଗୋଟିଏ ୱିକେଟ ହରାଇଥିଲା। ବେନ ଷ୍ଟୋକଙ୍କ ୱିକେଟ ପତନ ପରେ ଇଂଲଣ୍ଡକୁ ଶକ୍ତ ଧକ୍କା ଲାଗିଥିଲା। ବିରତି ସୁଦ୍ଧା ଇଂଲଣ୍ଡ ଦ୍ରୁତଗତିରେ ୱିକେଟ ହରାଇବାକୁ ଲାଗିଥିଲା। ୧୬୬ ରନରେ ଦଳ ପାଞ୍ଚ ୱିକେଟ ହରାଇଥିବା ବେଳେ ଆଉ ୧୧୦ ରନର ଆବଶ୍ୟକ ଥିଲା। ଷଷ୍ଠ ୱିକେଟ ଯୋଡିରେ ଇଂଲଣ୍ଡକୁ ମଜବୁତ ସ୍ଥିତିରେ ଦେଖିବାକୁ ମିଳିଥିଲା। ପ୍ରିସୱେକ୍ସ ଅପରାଜିତ ୮୪ ରନ ପାକିସ୍ତାନର ସମସ୍ତ ଆଶାକୁ ଧୂଳିସାତ କରିଥିଲା।ପାକିସ୍ତାନ ପ୍ରଥମ ପାଳିରେ ୩୨୬ ରନ କରିଥିବା ବେଳେ, ଇଂଲଣ୍ଡ ୨୧୯ ରନ ହାସଲ କରିଥିଲା। ସେହିଭଳି ପାକିସ୍ତାନ ଦ୍ୱିତୀୟ ପାଳିରେ ୧୬୯ ରନରେ ସମସ୍ତ ୱିକେଟ ହରାଇଥିଲା। ଫଳରେ ଇଂଲଣ୍ଡ ଆଗରେ ୨୭୭ ରନର ବିଜୟ ଧାର୍ଯ୍ୟ ହୋଇଥିଲା। ସୂଚନାଯୋଗ୍ୟ ଯେ, ତିନିଟିକିଆ ଟେଷ୍ଟ ମ୍ୟାଚର ପ୍ରଥମ ମ୍ୟାଚରେ ପାକିସ୍ତାନର ପରାଚୟ ଘଟିବା ପରେ ଇଂଲଣ୍ଡ ୦/୧ ଆଗରେ ରହିଛି।

Show More

Related Articles

Back to top button