Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

କୋରୋନା ଭାଇରସ ଲଢେଇରେ ସ୍ୱଚ୍ଛତା ମିଶନ ଗୁରୁତ୍ୱପୂର୍ଣ୍ଣ: ପ୍ରଧାନମନ୍ତ୍ରୀ

ରାଜଧାନୀ ଦିଲ୍ଲୀରେ ଉଦଘାଟନ ହୋଇଯାଇଛି ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରି ସ୍ୱଚ୍ଛତାକୁ ନେଇ ଅଭିଭାଷଣ ରଖିଛନ୍ତି।

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଉଦଘାଟନ ହୋଇଯାଇଛି ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ର। ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରି ସ୍ୱଚ୍ଛତାକୁ ନେଇ ଅଭିଭାଷଣ ରଖିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଚମ୍ପାରଣ ସତ୍ୟାଗ୍ରହ ଶତବାର୍ଷିକୀ ପାଳନ ଅବସରରେ ଏହା ଉଦଘାଟନ କରାଯାଇଛି। ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଏହି ରାଷ୍ଟ୍ରୀୟ ସ୍ୱଚ୍ଛତା ପିଲାମାନଙ୍କ ସ୍ୱଚ୍ଛତା ଉପରେ ଗୁରୁତ୍ୱ ପ୍ରଦାନ କରିବ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, କୋରୋନା ଭାଇରସ ସମୟରେ ସ୍ୱଚ୍ଛତା ମାନବ ସମାଜର ମେରୁଦଣ୍ଡ ଭାବେ ଉଭା ହୋଇଛି। ମହାମାରୀ କୋରୋନା ସମୟରେ ଆମକୁ ବାହାରକୁ ଯିବାକୁ ପଡ଼ିବ, ଏଥିପାଇଁ ଆମକୁ ମାସ୍କ ପିନ୍ଧିବା, ଛଅ ଫୁଟର ଦୂରତା ଓ ବାହାରେ କୌଣସି ସ୍ଥାନରେ ଛେପ ପକାଇବା ନାହିଁ। ଏହି ସମୟରେ ପ୍ରଥମେ ସ୍ୱଚ୍ଛ ଭାରତ ମିଶନର ଏକ ଛୋଟ ଭିଡିଓ ଦେଖାଯାଇଥିଲା।

Show More

Related Articles

Back to top button