Breaking PLUSଓଡ଼ିଶାମୁଖ୍ୟ ଖବର

କଟକରେ ଆଶ୍ୱସ୍ତି; ସୁସ୍ଥହାର ୬୬.୦୩ ଓ ମୃତ୍ୟୁହାର ୦.୦୧ ପ୍ରତିଶତ

କଟକ ଜିଲ୍ଲାରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଅଧିକ ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି।

ଭୁବନେଶ୍ୱର: ସବୁଠି ମହାମାରୀ କୋରୋନାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ। କିନ୍ତୁ ଏହାରି ଭିତରେ କଟକରୁ ଆସିଛି ଆଶ୍ୱସ୍ତିକର ଖବର। ଭୁବନେଶ୍ୱର ଗୀତଗୋବିନ୍ଦ ଭବନରେ ସାମ୍ୱାଦିକ ସମ୍ମିଳନୀ ମାଧ୍ୟମରେ ଏ ନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ। କଟକ ଜିଲ୍ଲାରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ଅଧିକ ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି। ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବାରୁ ଜଣାପଡ଼ିଛି ଯେ, ଜିଲ୍ଲାର ଗ୍ରାମାଂଚଳରେ ୪୬.୯ ପ୍ରତିଶତ ଲୋକ ସଂକ୍ରମିତ ହୋଇଥିବା ବେଳେ ସହରାଂଚଳରେ ୫୩.୧ ପ୍ରତିଶତ ଆକ୍ରାନ୍ତ ରହିଛନ୍ତି। ଜିଲ୍ଲାରେ ସୁସ୍ଥ ହାର ୬୬.୦୩ ପ୍ରତିଶତ ହୋଇଥିବା ବେଳେ ମୃତ୍ୟୁ ହାର ୦.୦୧ ପ୍ରତିଶତ ରହିଛି।
ଜିଲ୍ଲାରେ ୨୯୧୦ କୋରୋନା ଆକ୍ରନ୍ତରୁ ଗ୍ରାମାଞ୍ଚଳରେ ୧୩୬୪ ଜଣ ପଜିଟିଭ ଓ ସହରାଂଚଳରେ ୧୫୪୬ ଜଣ ପଜିଟିଭ ଚିହ୍ନଟ ହୋଇଛି। ଏବେ ଗ୍ରାମାଞ୍ଚଳର ୨୧୬ ଜଣ ଓ ସହରାଞ୍ଚଳରେ ୭୭୩ ଜଣ ପଜିଟିଭ ଚିକିତ୍ସାଧିନ ଅଛନ୍ତି। ଜିଲ୍ଲାରୁ ୩୦୧ ଜଣ କୋଭିଡ ଯୋଦ୍ଧା କରୋନାରେ ସଂକ୍ରମିତ ହୋଇଛନ୍ତି। ଏଥିରୁ ବର୍ତ୍ତମାନ ୬୯ ଜଣ ଚିକିତ୍ସାଧୀନ ଥିବା ବେଳେ ଅନ୍ୟମାନେ ସୁସ୍ଥ ହୋଇସାରିଛନ୍ତି।

Show More

Related Articles

Back to top button