Breaking PLUSଓଡ଼ିଶାମୁଖ୍ୟ ଖବର

ସୁସ୍ଥ ହେଲେ ଆଉ ୧୫୪୩

ରାଜ୍ୟରେ ଆଜି ସୁସ୍ଥ ହେଲେ ୧୫୪୩ ଜଣ କରୋନା ଆକ୍ରାନ୍ତ। ଏହି କୋରୋନା ଆକ୍ରାନ୍ତ ୨୭ଟି ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି।

ଭୁବନେଶ୍ୱର: ରାଜ୍ୟରେ ଆଜି ସୁସ୍ଥ ହେଲେ ୧୫୪୩ ଜଣ କରୋନା ଆକ୍ରାନ୍ତ। ଏହି କୋରୋନା ଆକ୍ରାନ୍ତ ୨୭ଟି ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୩୧ ହଜାର ୭୮୪ରେ ପହଞ୍ଚିଛ। ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୨୧୦ ଜଣ, କଟକ ଜିଲ୍ଲାରୁ ୧୩୧ ଜଣ, କୋରାପୁଟ ଜିଲ୍ଲାରୁ ୧୨୮ ଜଣ, ଗଜପତି ଜିଲ୍ଲାରୁ ୧୧୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୮୩ ଜଣ, ଯାଜପୁର ଜିଲ୍ଲାରୁ ୫୮ ଜଣ, ସମ୍ବଲପୁର ଜିଲ୍ଲାରୁ ୪୯ ଜଣ, ମାଲକାନଗିରି ଜିଲ୍ଲାରୁ ୪୭ ଜଣ, କନ୍ଧମାଳ ଜିଲ୍ଲାରୁ ୪୬ ଜଣ, ରାୟଗଡ଼ା ଜିଲ୍ଲାରୁ ୩୫ ଜଣ, ନୟାଗଡ଼ ଜିଲ୍ଲାରୁ ୩୩ ଜଣ ଓ ଭଦ୍ରକ ଜିଲ୍ଲାରୁ ୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଜଗତସିଂହପୁର ଜିଲ୍ଲାରୁ ୨୭ ଜଣ, କଳାହାଣ୍ଡି ଜିଲ୍ଲାରୁ ୨୫ ଜଣ, କେନ୍ଦୁଝର ଜିଲ୍ଲାରୁ ୨୩ ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୧ ଜଣ, ନବରଙ୍ଗପୁର, ମୟୂରଭଂଜ ଜିଲ୍ଲାରୁ ୧୫ ଜଣ ଲେଖାଏଁ, ପୁରୀ ଜିଲ୍ଲାରୁ ୧୪ ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୦ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୦ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୭ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ, ବରଗଡ଼ ଜିଲାରୁ ୨ ଜଣ ଓ ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଁଏ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।

Show More

Related Articles

Back to top button