Breaking PLUSଖେଳମୁଖ୍ୟ ଖବର

ଟେଷ୍ଟ ରାକିଂ; କୋହଲି ସ୍ଥିର, କ୍ରିସ ୱକ୍ସ ଓ ସାନ ମସୁଦଙ୍କ ଲମ୍ୱ ଡିଆଁ

ଟେଷ୍ଟ ରାକିଂରେ ନିଜ ସ୍ଥାନର ହାତଛଡା କରିନାହାନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି।

ନୂଆଦିଲ୍ଲୀ: ଟେଷ୍ଟ ରାକିଂରେ ନିଜ ସ୍ଥାନର ହାତଛଡା କରିନାହାନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ବା ଆଇସିସି ଦ୍ୱାରା ଜାରି ହୋଇଥିବା ନୂଆ ବ୍ୟାଟିଂ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିରାଟ କୋହଲି। କିନ୍ତୁ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଧମାକାଦାର ମ୍ୟାଚ ପରେ କ୍ରିସ ୱକ୍ସ ଓ ସାନ ମସୁଦ ଏହି ତାଲିକାରେ ଲମ୍ୱ ଡିଆଁ ମାରିଛନ୍ତି। ବ୍ୟାଟିଂ ତାଲିକାରେ ଅଷ୍ଟ୍ରେଲିଆର ଷ୍ଟିଭ ସ୍ମିଥ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ତୃତୀୟ ସ୍ଥାନରେ ନ୍ୟୁଜିଲାଣ୍ଡର କେନ ୱିଲିୟମସନ ପୂର୍ବପରି ରହିଛନ୍ତି। ଶୀର୍ଷ ୧୦ ଖେଳାଳିଙ୍କ ତାଲିକାରେ ଅଷ୍ଟମ ସ୍ଥାନରେ ଚିତେଶ୍ୱର ପୂଜାରା ଓ ଦଶମ ସ୍ଥାନରେ ଅଜିଙ୍କ୍ୟା ରାହଣେ ପୂର୍ବପରି ନିଜ ସ୍ଥାନରେ ରହିଛନ୍ତି। ପାକିସ୍ତାନର ବାବର ଆଜମ ଷଷ୍ଠ ଓ ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ ନବମ ସ୍ଥାନରେ ରହିଛନ୍ତି। ପାକିସ୍ତାନ ବିରୋଧରେ ପ୍ରଥମ ଟେଷ୍ଟରେ ଶୂନ ଓ ନଅ ରନ କରିଥିବା ଇଂଲଣ୍ଡର ବେନ ଷ୍ଟୋକ ଚତୁର୍ଥ ସ୍ଥାନରୁ ଖସି ସପ୍ତମ ସ୍ଥାନକୁ ପଳାଇ ଆସିଛନ୍ତି।
ଟେଷ୍ଟ ମ୍ୟାଚର ପ୍ରଥମ ପାଳିରେ ୧୫୬ ରନ କରିଥିବା ସାନ ମସୁଦ ୧୪ଟି ସ୍ଥାନ ପାର କରି ୧୯ ନମ୍ୱର ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଇଂଲଣ୍ଡର କ୍ରିସ ୱକ୍ସ ୧୮ଟି
ସ୍ଥାନକୁ ଡେଇଁ ୭୮ ତମ ରାକିଂରେ ପହଞ୍ଚିଛନ୍ତି।

Show More

Related Articles

Back to top button