Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

କଥାଦେଇ, କଥା ରଖିଲେନି ପ୍ରଧାନମନ୍ତ୍ରୀ, ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ

ଦେଶରେ ଧିରେ ଧିରେ ବେରୋଜଗାରୀ ସଂଖ୍ୟା ବଢ଼ିଚାଲିଛି। ନିଜ ଟ୍ୱିଟରରେ ଏକ ଭିଡ଼ିଓ ଜାରି କରି ମୋଦିଙ୍କୁ ଟାର୍ଗେଟ କହିଲେ ରାହୁଲ।

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଧିରେ ଧିରେ ଦେଶରେ ବେରୋଜଗାରୀ ସଂଖ୍ୟା ବଢ଼ିଚାଲିଛି । ନିଜ ଟ୍ୱିଟରରେ ଏକ ଭିଡ଼ିଓ ଜାରି କରି ମୋଦିଙ୍କୁ ଟାର୍ଗେଟ କହିଲେ ରାହୁଲ । ଯୁବଗୋଷ୍ଠୀଙ୍କୁ ପ୍ରତିଶୃତି ଦେଇ ମୋଦି ସରକାର ଠକିଛନ୍ତି । ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ମୋଦି ପ୍ରତିବର୍ଷ ଦେଶରେ ୨ କୋଟି ଯୁବକଙ୍କୁ ନିଯୁକ୍ତି ମିଳିବାନେଇ କଥା ଦେଇଥିଲେ ମୋଦି । ହେଲେ ମୋଦିଙ୍କ ଦୁର୍ବଳ ଶାସନ ନୀତି ପାଇଁ ଆଜି ୧୪ କୋଟିଲୋକ
ରୋଜକାର ହରାଇଛନ୍ତି ।

ଆହୁରି ରାହୁଲ ଗାନ୍ଧୀ କହିଛନ୍ତି ଯେ ବିମୁଦ୍ରାକରଣ, ଭୁଲ ଜିଏସଟି ଏବଂ ତା’ପରେ ଲକଡାଉନ୍ ଯୋଗୁଁ ଭାରତର ଅର୍ଥନୀତି ନଷ୍ଟ ହୋଇଯାଇଛି । ଏବେ ଭାରତ ଆଉ ଯୁବକମାନଙ୍କୁ ରୋଜଗାର ଦେଇପାରିବ ନାହିଁ । ବେରୋଜଗାର ପ୍ରସଙ୍ଗକୁ ନେଇ ଯୁବ କଂଗ୍ରେସ ଜୋରଦାର ଲଢ଼େଇ କରିବ । ‘ରୋଜଗାର ଦୋ’ଅଭିଯାନରେ ଯୋଗ ଦେବାକୁ ଦେଶବାସୀଙ୍କୁ ରାହୁଲ ଗାନ୍ଧୀ ନିବେଦନ କରିଛନ୍ତି ଓ ଦେଶର ଯୁବକମାନଙ୍କୁ ରୋଜଗାର ଯୋଗାଇବା ପାଇଁ ଯୁବ କଂଗ୍ରେସ ସହିତ ମିଶି କାର୍ଯ୍ୟ କରିବାକୁ ରାହୁଲ ଦେଲେ ଆହ୍ୱାନ ।

Show More

Related Articles

Back to top button