Breaking PLUSଦେଶ ବିଦେଶମୁଖ୍ୟ ଖବର

ଭାରତ ବିରୋଧରେ ଚୀନର ଜଳ ଅସ୍ତ୍ର

ଭାରତକୁ ଚାପରେ ପକାଇବାକୁ ଚୀନର ନୂଆ ଅସ୍ତ୍ର। ବର୍ତ୍ତମାନ ଜଳକୁ ଅସ୍ତ୍ର କରି ଭାରତ ସହ ମୁହାଁମୁହିଁ ହୋଇଛି ଚୀନ।

ନୂଆଦିଲ୍ଲୀ: ଭାରତକୁ ଚାପରେ ପକାଇବାକୁ ଚୀନର ନୂଆ ଅସ୍ତ୍ର। ବର୍ତ୍ତମାନ ଜଳକୁ ଅସ୍ତ୍ର କରି ଭାରତ ସହ ମୁହାଁମୁହିଁ ହୋଇଛି ଚୀନ। ଭାରତ ଉପରମୁଣ୍ଡ ଅର୍ଥାତ ତିବ୍ଦତରୁ ଭାରତର କେତୋଟି ପ୍ରମୁଖ ନଦୀ ବାହାରି ଥିବାରୁ ବିଭିନ୍ନ ବନ୍ଧ ନିର୍ମାଣ କରି ଜଳ ଉପରେ ନୟନ୍ତ୍ରଣ କରିଛି ଚୀନ। କେବଳ ଏତିକି ନୁହେଁ ଏହି ନଦୀର ପାଣିକୁ ଅନ୍ୟ ଦିଗକୁ ବୁଲାଇବାକୁ ଚେଷ୍ଟା କରୁଛି ।ଏପରି ହେଲେ ଆଗକୁ ଭାରତର ସମସ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଏହା କେବଳ ଭାରତ ନୁହେଁ, ବାଂଲାଦେଶ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଜଳଉତ୍ସ । ବିଭିନ୍ନ ସମୟରେ ଆବଶ୍ୟକ ପୂର୍ବ ସୂଚନା ନଦେଇ ପାଣି ଛାଡ଼ିଦେଉଛି । ଏହା ଦ୍ୱାରା ଆସାମ ଓ ବାଂଲାଦେଶରେ ମରୁଡ଼ି ଓ ବନ୍ୟା ଦେଖାଦେଉଛି ।
ସୂଚନାଯୋଗ୍ୟ ଯେ, ୨୦୧୭ରେ ଭାରତ ସହ ଚୀନର ଡୋକଲାମ ବିବାଦ ପରେ ଚୀନ କୌଣସି ପୂର୍ବ ସୂଚନା ନ ଦେଇ ହଠାତ ବ୍ରହ୍ମପୁତ୍ର ନଦୀରେ ପାଣି ଛାଡ଼ିଦେବାରୁ ଆସାମରେ ବନ୍ୟା ଆସିଥିଲା ଓ ଅନେକ ଲୋକ ମୃତ୍ୟୁବରଣ କରିଥିଲେ । ସେହିପରି ବ୍ରହ୍ମପୁତ୍ର ଉପର ମୁଣ୍ଡରେ ଆଉ କେତେକ ଡ୍ୟାମ ନିର୍ମାଣ କରି ପାଣିକୁ ପଶ୍ଚିମ ତିବ୍ଦତରେ ଥିବା ସିଜିଆନ ପ୍ରଦେଶଆଡ଼କୁ ମୋଡ଼ିବାକୁ ଯୋଜନା କରୁଛି ।

Show More

Related Articles

Back to top button