Breaking PLUSଓଡ଼ିଶାମୁଖ୍ୟ ଖବର

ଉଚ୍ଚଶିକ୍ଷା ଏକକ ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ

ରାଜ୍ୟରେ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଚଳିତ ଶିକ୍ଷା ବର୍ଷ ପାଇଁ ଏକକ ପ୍ରବେଶିକା ପରୀକ୍ଷା ସିପିଇଟି -୨୦୨୦ ଅନୁଷ୍ଠିତ ହେବ। ଏ ନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ଭୁବନେଶ୍ୱର : ରାଜ୍ୟରେ ସମସ୍ତ ବିଶ୍ୱବିଦ୍ୟାଳୟ ଓ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଚଳିତ ଶିକ୍ଷା ବର୍ଷ ପାଇଁ ଏକକ ପ୍ରବେଶିକା ପରୀକ୍ଷା ସିପିଇଟି -୨୦୨୦ ଅନୁଷ୍ଠିତ ହେବ। ଏ ନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରବେଶିକା ପରୀକ୍ଷା ପାଇଁ ଅଗଷ୍ଟ ୧୨ରୁ ୩୧ ପର୍ଯ୍ୟନ୍ତ ଆବେଦନ ସମୟସୀମା ରଖାଯାଇଥିବାବେଳେ ସେପ୍ଟେମ୍ବର ୨୦ରେ ହଲ୍‍ ଟିକେଟ୍‍ ଉପଲବ୍ଧ ହେବ। ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ପରେ ଅକ୍ଟୋବର ୨୫ରେ ଚୂଡାନ୍ତ ପରୀକ୍ଷାଫଳ ପ୍ରକାଶ ପାଇବ। ନଭେମ୍ବର ୨୦ ସୁଦ୍ଧା ନାମଲେଖା କାର୍ଯ୍ୟ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଡିସେମ୍ବର ୧ରୁ ପାଠପଢା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Show More

Related Articles

Back to top button