Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ପ୍ରଣବ ମୁଖାର୍ଜୀ କୋରୋନା ସଂକ୍ରମିତ

କୋରୋନା ସଂକ୍ରମିତ ହୋଇଛନ୍ତି ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ।

ନୂଆଦିଲ୍ଲୀ: କୋରୋନା ସଂକ୍ରମିତ ହୋଇଛନ୍ତି ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଅନ୍ୟ କିଛି କାରଣ ପାଇଁ ମେଡିକାଲ ଯିବା ପରେ ସେ କୋରୋନା ପଜିଟିଭ ଥିବା ଜଣାପଡ଼ିଛି। କୋଭିଡ-୧୯ ପରୀକ୍ଷାରୁ ତାଙ୍କ ସ୍ୱାବ ରିପୋର୍ଟ ଆଜି ପଜିଟିଭ ଆସିଛି। ଏ ନେଇ ପ୍ରଣବ ମୁଖାର୍ଜୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ଏ ନେଇ ସେ କହିଛନ୍ତି, ଗତ ସପ୍ତାହରେ ମୋ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ ମୁଁ ଅନୁରୋଧ କରୁଛି, ଦୟାକରି ନିଜକୁ ସଙ୍ଗରୋଧରେ ରଖି ନିଜର କ‌ରୋନା ପରୀକ୍ଷା କରାନ୍ତୁ। ଏହା ପୂର୍ବରୁ ଅନେକ ରାଜନେତା ଯେପରିକି ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋରୋନାର ଶିକାର ହୋଇଛନ୍ତି ।

Show More

Related Articles

Back to top button