Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

ରାଜସ୍ଥାନ ରାଜନୀତି; ସଚିନଙ୍କୁ ମନାଇବାକୁ ଭାଇ, ଭଉଣୀଙ୍କ ଚେଷ୍ଟା

ଆସନ୍ତା ୧୪ ତାରିଖରେ ରାଜସ୍ଥାନ ବିଧାନସଭାରେ ପ୍ରସ୍ତାବିତ ଅଧିବେଶନ ପୂର୍ବରୁ ପୁଣି ସରଗରମ ହୋଇଛି ରାଜସ୍ଥାନ ରାଜନୀତି। ରାହୁଲ ଓ ପ୍ରିୟଙ୍କାଙ୍କୁ ସାକ୍ଷାତ କରିଛନ୍ତି କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ।

ନୂଆଦିଲ୍ଲୀ: ଘଡିକେ ଘୋଡା ଛୁଟୁଛି ରାଜସ୍ଥାନ ରାଜନୀତି। ଆସନ୍ତା ୧୪ ତାରିଖରେ ରାଜସ୍ଥାନ ବିଧାନସଭାରେ ପ୍ରସ୍ତାବିତ ଅଧିବେଶନ ପୂର୍ବରୁ ପୁଣି ସରଗରମ ହୋଇଛି ରାଜସ୍ଥାନ ରାଜନୀତି। ରାହୁଲ ଓ ପ୍ରିୟଙ୍କାଙ୍କୁ ସାକ୍ଷାତ କରିଛନ୍ତି କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ। ଏହି ଆଲୋଚନା ଶେଷ ହେବା ପରେ ରାହୁଲ ଓ ପ୍ରିୟଙ୍କା କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କରିଛନ୍ତି।
ସୂଚନା ଅନୁସାରେ, ଆସନ୍ତା ୧୪ ତାରିଖରେ ବିଧାନସଭାରେ ପ୍ରସ୍ତାବିତ ଅଧିବେଶନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ପଡ଼ିବ । କିନ୍ତୁ ବିବାଦ ଥମିବାରେ ନାଁ ନେଉନାହିଁ । ଦଳକୁ ଦୁର୍ବଳ କରିଥିବା ସଚିନ ପାଇଲଟ ଓ କିଛି ବିଧାୟକ କ୍ଷମା ପାର୍ଥନା କଲେ ଦଳ ସେମାନଙ୍କୁ ଫେରାଇ ନେବ ବୋଲି କଂଗ୍ରେସର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବିରୋଧ କରି ଦଳର ବୈଠକରେ ସାମିଲ ନ ହେବା ପରେ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ପିସିସି ଅଧ୍ୟକ୍ଷ ଓ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ ।

Show More

Related Articles

Back to top button