
ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତୀୟ କ୍ରିକେଟ ବୋର୍ଡ ୟୁଏଇରେ ଆଇପିଏଲ ମ୍ୟାଚ ଖେଳିବାକୁ ନିଷ୍ପତ୍ତି ନିଆଯାଇଛି। ଯାହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର। ଏ ନେଇ ସୂଚନା ଦେଇଛନ୍ତି ଆଇପିଏଲ ଚେୟାରମାନ ବ୍ରୁଜେଶ ପଟ୍ଟେଲ। ସେପ୍ଟେମ୍ୱର ୧୯ରୁ ନଭେମ୍ୱର ୧୦ ତାରିଖ ମଧ୍ୟରେ ୟୁଏଇରେ ଖେଳାଯିବ ଆଇପିଏଲ। ଭାରତରେ ମହାମାରୀ କୋରୋନାର କରାଳ ରୂପକୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ ଯେ, ଭାରତର କୌଣସି ଘରୋଇ ଟୁର୍ଣ୍ଣାମେଣ୍ଟ ବାହାରେ ଖେଳାଯିବ ସେହି ସମୟରେ ଗୃହମନ୍ତ୍ରାଳୟ, ବିଦେଶ ମନ୍ତ୍ରାଳୟ ଓ କ୍ରୀଡା ମନ୍ତ୍ରାଳୟର ମଞ୍ଜୁରି ନେବା ଦରକାର। କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ମିଳିବା ପରେ ଆମେ ୟୁଏଇର କ୍ରିକେଟ ବୋର୍ଡକୁ ସୂଚନା ପ୍ରଦାନ କରିଛୁ। ବର୍ତ୍ତମାନ ଆଇପିଏଲ ଆୟୋଜକ ସମସ୍ତ ଦଳକୁ ସୂଚନା ପ୍ରଦାନ କରିବେ। ସମସ୍ତ ଦଳ ଅଗଷ୍ଟ ୨୦ ତାରିଖ ପରେ ୟୁଏଇ ଅଭିମୁଖେ ଯାତ୍ରା ଆରମ୍ଭ କରିବେ।