ଦେଶ ବିଦେଶରାଜନୀତି

ଭାରତ ସହ ସମ୍ପର୍କ ଭଲ କରିବାକୁ ଚାହୁଁଛି ନେପାଳ

ଭାରତ ସହ ଆଲୋଚନା କରିବା ପାଇଁ ବାଟ ଖୋଜୁଛି ନେପାଳ। ନେପାଳର କେ.ପି ଓଲି ସରକାରଙ୍କ ତରଫରୁ କୌଣସି ରାସ୍ତା ନ ବାହାରିବା ପରେ, ବିଶେଷଜ୍ଞଙ୍କ ସାହାଯ୍ୟ ନେଇଛନ୍ତି।

ନୂଆଦିଲ୍ଲୀ : ଚୀନର ଇଙ୍ଗିତରେ ଭାରତ ବିରୋଧୀ ମନ୍ତବ୍ୟ ଦେଉଥିବା ନେପାଳର ମନୋଭାବ ଶାନ୍ତ ହେବାରେ ଲାଗିଛି। ଭାରତ ସହ ଆଲୋଚନା କରିବା ପାଇଁ ବାଟ ଖୋଜୁଛି ନେପାଳ। ପୂର୍ବରୁ ଭାରତର ଅନେକ ଅଞ୍ଚଳକୁ ନେଇ ବିବାଦ ସୃଷ୍ଟି କରିଥିବା ନେପାଳ ଭାରତର ସହ ଆଲୋଚନା କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। ନେପାଳର କେ.ପି ଓଲି ସରକାରଙ୍କ ତରଫରୁ କୌଣସି ରାସ୍ତା ନ ବାହାରିବା ପରେ, ବିଶେଷଜ୍ଞଙ୍କ ସାହାଯ୍ୟ ନେଇଛନ୍ତି।
କାଠମାଣ୍ଡୁ ପୋଷ୍ଟର ଏକ ରିପୋର୍ଟ ଅନୁସାରେ, ପୂର୍ବ କିଛିଦିନ ଧରି ବିଦେଶମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, କୂଟନୈତିକ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଭାରତ ସହ ଆଲୋଚନା କରିବାକୁ ଏହି ବ୍ୟକ୍ତି ବିଶେଷଙ୍କ ଠାରୁ ଅନେକ ଉପାୟ ମଗାଯାଇଥିଲା। କିନ୍ତୁ ଭାରତ ତରଫରୁ କୌଣସି ସୂଚନା ମିଳିପାରିନାହିଁ। ଭାରତର ଲିମ୍ପିୟାଧୁରା, ଲିପୁଲେକ ଓ କାଲାପାନି ଭଳି ଅନେକ ସ୍ଥାନକୁ ନିଜ ନକ୍ସା ସହ ମିଶାଇବା ପରେ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲିଙ୍କ ଭାରତ ବିରୋଧୀ ମନ୍ତବ୍ୟ କାରଣରୁ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇପାରୁନାହିଁ। ନିଜ ଦଳ ମଧ୍ୟରେ ରହିଥିବା ଅସ୍ଥିରତାକୁ ନେଇ ନୂଆଦିଲ୍ଲୀରୁ ଚଳାଯାଉଥିବା ନେପାଳ ପ୍ରଧାନମନ୍ତ୍ରୀ ଅଭିଯୋଗ କରିଥିଲେ।

Show More

Related Articles

Back to top button