ଓଡ଼ିଶା

ଅଗଷ୍ଟ ୧୨ରେ +2 ବିଜ୍ଞାନ ପରୀକ୍ଷା ଫଳ

ଅଗଷ୍ଟ ୧୨ରେ ପ୍ରକାଶ ପାଇବ ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ମଧ୍ୟାହ୍ନ ୧୨.୩୦ରେ ପ୍ରକାଶ ପାଇବ।

ଭୁବନେଶ୍ୱର: ଅଗଷ୍ଟ ୧୨ରେ ପ୍ରକାଶ ପାଇବ ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ। ସିଏଚ୍‌ଏସ୍‌ଇ କାର୍ଯ୍ୟାଳୟରେ ମଧ୍ୟାହ୍ନ ୧୨.୩୦ରେ ପ୍ରକାଶ ପାଇବ। ଏହାପରେ ଛାତ୍ରଛାତ୍ରୀମାନେ ସିଏଚ୍‌ଏସ୍‌ଇ ୱେବ୍‌ସାଇଟ୍‌ରୁ ସେମାନଙ୍କ ପରୀକ୍ଷାଫଳ ଦେଖିପାରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେହିପରି ଅଗଷ୍ଟ ତୃତୀୟ ସପ୍ତାହରେ ବାଣିଜ୍ୟ ଓ ଅଗଷ୍ଟ ଶେଷ ସପ୍ତାହରେ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତି। ଚଳିତ ବର୍ଷ ଯୁକ୍ତ ୨ କଳା, ବାଣିଜ୍ୟ ଓ ବିଜ୍ଞାନ ସମେତ ଧନ୍ଦାମୂଳକ ପାଠ୍ୟକ୍ରମ ଶିକ୍ଷାରେ ୩ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।

Show More

Related Articles

Back to top button