ଦେଶ ବିଦେଶ

ଏମ୍ସ ହଷ୍ଟେଲ ଛାତରୁ ଡେଇଁ ଡାକ୍ତର ଛାତ୍ରଙ୍କ ଆତ୍ମହତ୍ୟା

ହଷ୍ଟେଲ ଛାତରୁ ଡେଇଁ ମେଡିକାଲ ଛାତ୍ରଙ୍କ ଆତ୍ମହତ୍ୟା। ୨୨ ବର୍ଷୀୟ ଜଣେ ଡାକ୍ତରୀ ଛାତ୍ର ସୋମବାର ସନ୍ଧ୍ୟାରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସର ହଷ୍ଟେଲ ଛାତ୍ରରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ନୂଆଦିଲ୍ଲୀ: ହଷ୍ଟେଲ ଛାତରୁ ଡେଇଁ ମେଡିକାଲ ଛାତ୍ରଙ୍କ ଆତ୍ମହତ୍ୟା। ୨୨ ବର୍ଷୀୟ ଜଣେ ଡାକ୍ତରୀ ଛାତ୍ର ସୋମବାର ସନ୍ଧ୍ୟାରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସର ହଷ୍ଟେଲ ଛାତ୍ରରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ, ୨୦୦୮ ବ୍ୟାଚର ଏହି ଏମବିବିଏସ୍ ଛାତ୍ରଙ୍କୁ ମାନସିକ ରୋଗ ୱାର୍ଡରେ ଭର୍ତ୍ତି କରାଯାଇଥିଲା ଓ ସେ ମାନସିକ ରୋଗରେ ଚିକିତ୍ସିତ ହେଉଥିଲେ। ଏମ୍ସର ୧୯ ନମ୍ୱର ହଷ୍ଟେଲରୁ ଏହି ଛାତ୍ର ଜଣଙ୍କ ଡେଉଁଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏ ନେଇ ସନ୍ଧ୍ୟା ୬ଟାରେ ପୋଲିସକୁ ସୂଚନା ଦିଆଯାଇଥିଲା। ତାଙ୍କୁ ପ୍ରଥମେ ହଷ୍ଟେଲ ଛାତରୁ ଡେଇଁପଡି ଟ୍ରମା ସେଣ୍ଟରକୁ ସ୍ଥାନାନ୍ତରିତ କରାଯାଇଥିଲା, ଯେଉଁଠାରେ ତାଙ୍କୁ ଚିକିତ୍ସା ସମୟରେ ମୃତ ଘୋଷଣା କରାଯାଇଥିଲା। ଏ ନେଇ ତଦନ୍ତ ଚଳାଇଛି ପୋଲିସ।

Show More

Related Articles

Back to top button