Breaking PLUSଦେଶମୁଖ୍ୟ ଖବର

ଆଜି ବିଲ୍ ଗେଟ୍ସଙ୍କୁ ଭେଟିବେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋରେ ୟୁକ୍ରେନ, ନେପାଳ, ଇସ୍ରାଏଲ, ସ୍ୱିଜରଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ମଲାୱି ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ । ସୂଚନା ଅନୁଯାୟୀ ସେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ମଧ୍ୟ ଭେଟିବେ ବ‌ୋଲି ଜଣାପଡ଼ିଛି । COP26 ସମ୍ମିଳନୀରେ ଯୋଗଦେବା ପାଇଁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ଲାସ୍ଗୋରେ ପହଞ୍ଚିଛନ୍ତି । ଏଠାରେ ସେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନଫ୍‌ତ‌ାଲି ବେନେଟଙ୍କ ସହ ଏକ ବୈଠକରେ କହିଛନ୍ତି ଯେ ଭାରତର ଲୋକମାନେ ଇସ୍ରାଏଲ ସହ ବନ୍ଧୁତାକୁ ଗଭୀର ଭାବରେ ଗୁରୁତ୍ୱ ଦିଅନ୍ତି । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବଢାଇବା ପାଇଁ ସେ ମିଳିତ ଭାବେ କାର୍ଯ୍ୟ କରିବା ବିଷୟରେ କହିଛନ୍ତି ।

Show More

Related Articles

Back to top button