Breaking PLUSଦେଶମୁଖ୍ୟ ଖବର

ଭାରତର ଟିକା ପ୍ରମାଣପତ୍ରକୁ ଆଉ ୫ ଦେଶର ସ୍ୱୀକୃତି

ଭାରତର ଟିକା ପ୍ରମାଣପତ୍ରକୁ ମିଳିଛି ଆଉ ୫ ଦେଶର ସ୍ୱୀକୃତି । ଏହି ୫ଟି ଦେଶ ହେଉଛନ୍ତି ଇଷ୍ଟୋନିଆ, କିର୍ଗିଜସ୍ଥାନ, ପାଲେଷ୍ଟାଇନ ରାଜ୍ୟ, ମରିସସ୍ ଏବଂ ମୋଙ୍ଗୋଲିଆ । ଏନେଇ ଟୁଇଟ କରି ସୂଚନା ପ୍ରଦାନ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି । କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଉଥିବା ବେଳେ ଟିକାକରଣ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ସେନେଇ ବିଭିନ୍ନ ଦେଶ କରୋନା କଟକଣାକୁ କୋହଳ କରିଛନ୍ତିି ।ଯାତାୟତ ଉପରେ ଲାଗିଥିବା କଟକଣା କୋହଳ ହେବା ସହ ବିିଭିନ୍ନ ଦେଶ ଏବେ ଯାତ୍ରୀଙ୍କ ପ୍ରବେଶକୁ ଅନୁମତି ଦେଇଛନ୍ତି ।

ତେବେ ଭାରତରେ ଦିଆଯାଉଥିବା ଦୁଇଟି ଟିକା କୋଭାକ୍ସିନ ଏବଂ କୋଭିସିଲ୍ଡକୁୁ ପ୍ରଥମେ ସ୍ୱୀକୃତି ମିଳିିନଥିବା ବେଳେ ଏବେ ବିଭିନ୍ନ ଦେଶ ଏହି ଦୁଇଟି ଟିକାକୁ ସ୍ୱୀକୃତି ଦେବା ଆରମ୍ଭ କରିଛନ୍ତି। ଏହା ଫଳରେ ଭାରତୀୟଙ୍କୁ ବିଦେଶ ଯାତ୍ରା କରିବା ଏବେ ସହଜ ହୋଇପାରିଛି।

Show More

Related Articles

Back to top button