Breaking PLUSଦେଶମୁଖ୍ୟ ଖବର

ଆଜି ପିଏମ ମୋଦିଙ୍କ ବିହାର ଗସ୍ତ, ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ ଓ ଉଦଘାଟନ

ପାଟଣା, 2 ମାର୍ଚ୍ଚ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିହାର ଗସ୍ତ କରିବେ । ସେ ଔରଙ୍ଗାବାଦ ଓ ବେଗୁସରାୟରେ ଜନସଭାକୁ ସମ୍ବୋଧିତ କରିବେ । ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ। ଏହି ଦୁଇଟି ସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବି ସାମିଲ ରହିବେ । ଏହା ବ୍ୟତୀତ ବେଗୁସରାୟର ରାଲିରେ ଜାତୀୟ ଲୋକମୋର୍ଚ୍ଚାର ପ୍ରମୁଖ ଉପେନ୍ଦ୍ର କୁଶୱାହା ବି ଉପସ୍ଥିତ ରହିବେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଦୁର୍ଗାପୁର ଏୟାରପୋର୍ଟରୁ ଗୟା ଏୟାରପୋର୍ଟ ଯିବେ । ଦ୍ୱିପ୍ରହର 1.50 ବେଳେ ଏୟାରପୋର୍ଟରେ ପଂହଚିବେ ଏବଂ 1.55ଟା ବେଳେ ଏଠାରୁ ହେଲିକପ୍ଟର ଯୋଗେ ଔରଙ୍ଗାବାଦ ଯିବେ । ନରେନ୍ଦ୍ର ମୋଦି ଓରଙ୍ଗାବାଦରେ 2.25 ବେଳେ ପହଂଚିବେ ଏବଂ ଦ୍ୱିପ୍ରହର 2.30 ବେଳେ ଔରଙ୍ଗାବାଦ ସ୍ଥିତ ରତନଭା ଗାଁରେ ପହଂଚିବେ । ଏଠାରେ 2.30ରୁ 3.45 ବେଳେ ଅନେକ ଯୋଜନାର ଶିଳାନ୍ୟାସ ଓ ଉଦଘାଟନ କରିବେ ।

Show More

Related Articles

Back to top button