Breaking PLUSଦେଶମୁଖ୍ୟ ଖବର

ଦୁଇ ବାଇକ ମୁହାଁମୁହିଁ ଧକ୍କା, 4 ମୃତ

ରାୟପୁର, 2 ମାର୍ଚ୍ଚ – ଛତିଶଗଡର ଜଶପୁର ଜିଲ୍ଲାର ତୁମଲା ଥାନା ଅନ୍ତର୍ଗତ ଗଂଝିୟାଡିହ ଧାନ ମଣ୍ଡି ନିକଟରେ ଦ୍ରୁତଗତିରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ଯୋଗୁ ଗତକାଲି ବିଳମ୍ବିତ ରାତିରେ 4ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ରାୟଗଡରେ ତାଙ୍କ ଚିକିତ୍ସା ଚାଲିଛି । ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ହୋମ୍ ଟାଉନ ଜଶପୁର ଜିଲ୍ଲାରେ ହୋଇଥିବା ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ସେ କହିଛନ୍ତି ଯେ, ତୁମଲା ଅଂଚଳରେ ଗଂଝିୟାଡିଂ ଧାନ ମଣ୍ଡିରେ ହୋଇଥିବା ବାଇକ ଦୁର୍ଘଟଣାରେ 4ଜଣ ଯୁବକଙ୍କ ମୃତ୍ୟୁ ଘଟଣା ହୃଦୟ ବିଦାରକ । ଦିବଂଗତ ଆତ୍ମାର ଶାନ୍ତି ଓ ଶୋକସନ୍ତପ୍ତ ପରିବାରକୁ ସମ୍ବଳ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛି । ଆହତ ଯୁବକଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

Show More

Related Articles

Back to top button