Breaking PLUSଓଡ଼ିଶାମୁଖ୍ୟ ଖବର

ଭାରତ ବିଶ୍ୱରେ ମହିଳା ସଶକ୍ତିକରଣ ପାଇଁ ଏକ ମଡେଲ ପାଲଟିଛି- ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଭାରତ ବିଶ୍ୱରେ ମହିଳା ସଶକ୍ତିକରଣ ପାଇଁ ଏକ ମଡେଲ ପାଲଟିଛି। ସୁଯୋଗ ମିଳିଲେ ସେମାନେ ସବୁ କ୍ଷେତ୍ରରେ ନିଜ ପୁରୁଷ ପ୍ରତିପକ୍ଷଙ୍କୁ ପଛରେ ପକାଇ ପାରିବେ ବୋଲି ଦେଶର ମହିଳାମାନେ ପ୍ରମାଣିତ କରିଛନ୍ତି।
ଆଜି ସକାଳେ ଗଞ୍ଜାମ ଜିଲ୍ଲା ଭଞ୍ଜବିହାରଠାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଉଦବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି। ସେ କହିଛନ୍ତି ଯେ ଭାରତ ଏହାର ସଶସ୍ତ୍ର ବାହିନୀ ଏବଂ ଅନ୍ୟାନ୍ୟ କ୍ଷେତ୍ରର ସ୍ଥାୟୀ କମିଶନରେ ମହିଳାମାନଙ୍କୁ ସାମିଲ କରିଛି ଯାହା ଏକଦା ପୁରୁଷମାନଙ୍କର ଏକଛତ୍ରବାଦ ଥିଲା। ମହିଳାଙ୍କ ସକ୍ରିୟ ଅଂଶଗ୍ରହଣରେ ଭାରତ ଖୁବ୍ ଶୀଘ୍ର ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବ ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ଆହୁରି ମଧ୍ୟ କହିଛନ୍ତି ଯେ ଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ୧୪୦ କୋଟି ଜନସଂଖ୍ୟାର ୪୯ ପ୍ରତିଶତ ଥିବା ଭାରତୀୟ ମହିଳାମାନଙ୍କୁ ଅଧିକ ସଶକ୍ତ କରିବାର ଆବଶ୍ୟକତା ରହିଛି ।

Show More

Related Articles

Back to top button