Breaking PLUSଦେଶମୁଖ୍ୟ ଖବର

ତାମିଲନାଡୁର କୋଦଣ୍ଡ ରାମାସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ପିଏମ ମୋଦି

ଚେନ୍ନାଇ, 21 ଜାନୁଆରୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାମିଲନାଡୁର ତିନି ଦିବସୀୟ ଗସ୍ତର ଶେଷ ଦିନରେ ରବିବାର ରାମେଶ୍ୱରମର କୋଦଣ୍ଡ ରାମାସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହି ପୂର୍ବରୁ ସେ ଧନୁଷକୋଡି ନିକଟରେ ଅରିଚଲ ମୁନାଇ ଗସ୍ତ କରିଥିଲେ, ଯେଉଁଠାରେ ରାମସେତୁର ନିର୍ମାଣ କରାଯାଇଛି । ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ଦିନକ ପୂର୍ବରୁ ସମୁଦ୍ରକୂଳରେ ପୁଷ୍ପାଞ୍ଜଳି ଅର୍ପଣ କରିଛନ୍ତି ।
କୋଦଣ୍ଡ ରାମର ଅର୍ଥ-ଧନୁର୍ଧାରୀ ଭଗବାନ ରାମ ଅଟନ୍ତି । ଏଠାରେ ବିଭୀଷଣ ପ୍ରଥମ କରି ରାମଙ୍କୁ ଭେଟିଥିବା ଲୋକେ ବିଶ୍ୱାସ କରିଥାନ୍ତି । ପ୍ରଧାନମନ୍ତ୍ରୀ ଅରିଚଲ ମୁନାଇ ପ୍ୱାଇଣ୍ଟରେ ପ୍ରଣାୟାମ କରୁଥିବାର ଦେଖିବାକୁ ମିଳିଛି ।

Show More

Related Articles

Back to top button