Breaking PLUSଦେଶମୁଖ୍ୟ ଖବର

ମାର୍ଚ୍ଚ 12ରେ ନ୍ୟୁ-ଜଲପାଇଗୁଡିରୁ ପାଟଣା ପାଇଁ ବନ୍ଦେଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପିଏମ ମୋଦି

କଟିହାର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ 12 ତାରିଖ ପୂର୍ବାହ୍ନ 9.15 ମିନିଟ ସମୟରେ ଗୁଜରାଟର ଅହମଦାବାଦରୁ ଭିସି ଜରିଆରେ 85ହଜାର କୋଟିରୁ ଅଧିକର ରେଳପ୍ରକଳ୍ପ ଶିଳାନ୍ୟାସ କରିବେ । ଏହି ଅବସରରେ କଟିହାର ରେଳମଂଡଳର ନ୍ୟୁ ଜଲପାଇଗୁଡିରୁ ପାଟଣା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସର ମଧ୍ୟ ଶୁଭାରମ୍ଭ କରିବେ ।
ଏନେଇ କଟିହାର ରେଳମଂଡଳର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ନ୍ୟୁଜଲପାଇଗୁଡିରୁ ପାଟଣା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ ସପ୍ତାହକୁ 6ଦିନ ଚାଲିବ । ଏହି ଟ୍ରେନରେ 8ଟି କୋଚ ରହିବ । ଏହା ବ୍ୟତୀତ କଟିହାର ରେଳ ମଂଡଳରେ ଭୋକାଲ ଫର୍ ଲୋକାଲ ଦୃଷ୍ଟିକୋଣକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ 26ଟି ବନଷ୍ଟେସନ ବନ ପ୍ରୋଜେକ୍ଟର ଶୁଭାରମ୍ଭ ହେବ । ଯାତ୍ରୀଙ୍କୁ ଭୋଜନର ନିଆରା ମାହୋଲ ଦେବା ପାଇଁ 8ଟି ରେଲୱେ କୋଚ ରେଷ୍ଟୁରାଣ୍ଟର ବି ଶୁଭାରମ୍ଭ କରାଯିବ ।

Show More

Related Articles

Back to top button