Breaking PLUSଦେଶମୁଖ୍ୟ ଖବର

ପଶ୍ଚିମବଙ୍ଗ ବାହାରେ ବି ପ୍ରାର୍ଥୀ ଦେବ ତୃଣମୂଳ କଂଗ୍ରେସ

କୋଲକାତା-ପଶ୍ଚିମବଙ୍ଗର କ୍ଷମତାସୀନ ପାର୍ଟି ତୃଣମୂଳ କଂଗ୍ରେସ ଲୋକସଭା ନିର୍ବାଚନ ପାଇଁ ରାଜ୍ୟର ସମସ୍ତ 42ଟି ସିଟରେ ପ୍ରାର୍ଥୀ ଘୋଷଣା କରିଛି । ତୃଣମୂଳ କୋଲକତା ବ୍ରିଗେଡ ମୈଦାନରେ ଆୟୋଜିତ ଜନଗର୍ଜନ ସଭାର ମଂଚରୁ ଲୋକସଭା ନିର୍ବାଚନ 2024 ପାଇଁ ନିଜର ପ୍ରାର୍ଥୀଙ୍କ ତାଲିକା ଜାରି କରିଛି । ପ୍ରାର୍ଥୀଙ୍କ ତାଲିକାରେ ପଶ୍ଚିମବଙ୍ଗ ବାହାରେ ରାଜ୍ୟରୁ ତିନି ନାମ, ୟୁସୁଫ୍ ପଠାନ, କିର୍ତ୍ତୀ ଆଜାଦ ଓ ଶତ୍ରୁଘ୍ନ ସିହ୍ନା । ବାହାରୁ ପ୍ରାର୍ଥୀ କରିବା ନେଇ ବିଜେପି ପକ୍ଷରୁ ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରାଯାଇଛି । ତେବେ ଆଗାମୀ ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଦଳ କେବଳ ପଶ୍ଚିମବଙ୍ଗ ନୁହେଁ, ପଶ୍ଚିମବଙ୍ଗ ବାହାରେ ବି ନିଜ ପ୍ରାର୍ଥୀ ଦେବ ।
ମମତା ବାନାର୍ଜୀ କହିଛନ୍ତି ତୃଣମୂଳ କଂଗ୍ରେସ ତିନୋଟି ରାଜ୍ୟରେ ନିଜର ପ୍ରାର୍ଥୀ ଘୋଷଣା କରିବ । ଏହାସହିତ ପଶ୍ଚିମବଙ୍ଗରେ କୌଣସି ଇଂଡି ମେଂଟ ହେବନି ବୋଲି ମମତା ସ୍ପଷ୍ଟ କରିଛନ୍ତି ।

Show More

Related Articles

Back to top button