Breaking PLUSଦେଶମୁଖ୍ୟ ଖବର

ପୂର୍ବୋତ୍ତର ରାଜ୍ୟକୁ 55,600 କୋଟିର ବିକାଶମୂଳକ କାର୍ଯ୍ୟ ଭେଟି ଦେଲେ ପିଏମ ମୋଦି

ଚୀନ ସୀମା ନିକଟରେ ସେଲା ଟନେଲ ଉତ୍ସର୍ଗ, 10 କୋଟିର ଉନ୍ନତିମୂଳକ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମଣିପୁର, ମେଘାଳୟ, ନାଗାଲାଣ୍ଡ, ସିକିମ, ତ୍ରିପୁରା ଓ ଅରୁଣାଚଳ ପ୍ରଦେଶରେ 55,600 କୋଟି ଟଙ୍କାର ଅନେକ ବିକାଶମୂଳକ ଯୋଜନାର ଉଦଘାଟନ କରିଛନ୍ତି । ଏହି ଅବସରରେ ସେ ସେଲା ଟନେଲକୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିଛନ୍ତି ଏବଂ 10ହଜାର କୋଟିର ଉନ୍ନତିମୂଳକ ଯୋଜନ ଶୁଭାରମ୍ଭ କରିଛନ୍ତି । ରେଳ, ସଡକ, ସ୍ୱାସ୍ଥ୍ୟ, ଆବାସ, ଶିକ୍ଷା, ସୀମା ଅବସଂରଚନା, ଆଇଟି, ବିଜୁଳି, ତୈଳ ଓ ଗ୍ୟାସ ପରି ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଅରୁଣାଚଳ ପ୍ରଦେଶର ଇଟାନଗରରେ ବିକଶିତ ଭାରତ ବିକଶିତ ଉତ୍ତରପୂର୍ବ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ଅରୁଣାଚଳ ପ୍ରଦେଶର ରାଜ୍ୟପାଳ ଲେଫ୍ଟନାଣ୍ଟ ଜେନେରାଲ କୈବଲ୍ୟ ତ୍ରିବିକ୍ରମ ପରନାୟକ ଓ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଂଡୁ ମଧ୍ୟ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ସୀମାବର୍ତ୍ତୀ ଗାଁର ବିକାଶକୁ ପ୍ରଥମେ କରାଯାଇଥିବା ଉପେକ୍ଷା ସଂପର୍କରେ ଆଲୋଚନା କରିଥିଲେ । ସେଲା ଟନେଲ କଥା ଉଠାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନିର୍ବାଚନ ନୁହେଁ, ଦେଶର ଆବଶ୍ୟକତା ଅନୁସାରେ କାମ କରିବା ଉଚିତ ।

Show More

Related Articles

Back to top button