Breaking PLUSଦେଶମୁଖ୍ୟ ଖବର

ଆସାମରେ 17,606 କୋଟିର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ପିଏମ ମୋଦି

ଜୋରାହାଟ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଦୁଇ ଦିବସୀୟ ଆସାମ ଗସ୍ତର ଦ୍ୱିତୀୟ ଦିନ ଶନିବାର ଜୋରହାଟରେ ଆୟୋଜିତ କାର୍ଯ୍ୟକ୍ରମରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ପ୍ରାୟ 17,606 କୋଟିର ପ୍ରକଳ୍ପ ଭେଟି ଦେଇଛନ୍ତି ପିଏମ ମୋଦି ।
ଲଚିତ ବରଫୁକନଙ୍କ 125 ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଅନାବରଣ କରିଛନ୍ତି ପିଏମ ମୋଦି । ପ୍ରତିମାର ନିର୍ମାଣ 215 କୋଟି ଟଙ୍କାରେ ନିର୍ମାଣ ହୋଇଛି । ସେହିପରି 5,55,555 ପିଏମଏୱାଇ-ଜି ଘରର ଗୃହ ପ୍ରବେଶ କରାଇଛନ୍ତି । 8,478 କୋଟି ଟଙ୍କାରେ ଏହି ଘର ନିର୍ମାଣ କରାଯାଇଛି ।
ପ୍ରଧାନମନ୍ତ୍ରୀ ମୋଦି ତିନସୁକିୟା ମେଡିକାଲ କଲେଜ ଏବଂ ହସ୍ପିଟାଲର ଉଦଘାଟନ କରିଛନ୍ତି । 2615 କୋଟି ଟଙ୍କାରେ ଏହାର ନିର୍ମାଣ ହୋଇଛି । ଏହାପରେ ବରୌନୀ-ଗୌହ୍ୱାଟୀ ଗ୍ୟାସ ପାଇପଲାଇନର ଲୋକାର୍ପଣ କରିଛନ୍ତି । ଗ୍ୟାସ ପାଇପଲାଇନର ନିର୍ମାଣ 3,992 କୋଟି ଟଙ୍କାରେ ହୋଇଛି । ନାହରକଟିୟା ବରୌନୀ ପମ୍ପିଂ ଷ୍ଟେସନର ବରୌନୀ-ବଂଗଇଗାଓ-ଗୌହ୍ୱାଟୀ ସେକ୍ଟରର ପମ୍ପିଂ କ୍ଷମତାରେ ବୃଦ୍ଧିର ବିକାଶର ଉଦଘାଟନ କରାଯାଇଛି । ଏଥିପାଇଁ 572 କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

Show More

Related Articles

Back to top button