Breaking PLUSଦେଶମୁଖ୍ୟ ଖବର

ଆଜି ମୁମ୍ବାଇରେ ଆରବିଆଇର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ପିଏମ ମୋଦି

ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଆରବିଆଇର 90ବର୍ଷ ପୂରଣ ହେବା ଅବସରରେ ମୁମ୍ବାଇର ନରିମନ ପଏଂଟ ସ୍ଥିତ ନ୍ୟାସନାଲ ସେଂଟର ଫର୍ ପରଫର୍ମିଂ ଆର୍ଟସରେ ଆୟୋଜିତ ସମାରୋହକୁ ସଂବୋଧିତ କରିବେ । ସମାରୋହରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସାମିଲ ହେବେ । 1935 ମସିହା ଏପ୍ରିଲ ଏକ ତାରିଖରେ ରିଜର୍ଭ ବ୍ୟାଙ୍କ ସ୍ଥାପନା ହୋଇଥିଲା ଏବଂ 1949 ଜାନୁୟାରୀ ଏକ ତାରିଖରେ ଏହାର ଜାତୀୟକରଣ କରାଯାଇଥିଲା । ଏହା କେନ୍ଦ୍ରୀୟ ବ୍ୟାଙ୍କିଂ ପ୍ରଣାଳୀ ଅଟେ । ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଚେନ୍ନାଇରେ ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟ ରହିଛି ।

Show More

Related Articles

Back to top button