Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଓଡ଼ିଶା ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଭୁବନେଶ୍ୱର- ଓଡ଼ିଶା ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋସିଆଲ ମିଡିଆ ଏକ୍ସରେ ରାଷ୍ଟ୍ରପତି କହିଛନ୍ତି ଯେ, ଓଡିଶା ଦିବସ ଅବସରରେ ଓଡ଼ିଶାବାସୀ ତଥା ଦେଶବିଦେଶରେ ରହୁଥିବା ଓଡ଼ିଆ ଭାଇଭଉଣୀମାନଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ଓଡ଼ିଶା ତା’ର ବିପୁଳ ପ୍ରାକୃତିକ ସମ୍ପଦ ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପାଇଁ ସୁପରିଚିତ । ଯେ କୌଣସି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେବାର ସାମର୍ଥ୍ୟ ବହନ କରୁଥିବା ଓଡ଼ିଶାର ଜନସାଧାରଣଙ୍କର ରାଜ୍ୟ ତଥା ଦେଶର ବିକାଶରେ ବଡ଼ ଅବଦାନ ରହିଛି । ଶତାବ୍ଦୀ ଶତାବ୍ଦୀ ଧରି ଆଧୁନିକ ଭାରତର ନିର୍ମାତାମାନଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଜନ୍ମ ଦେଇଛି ଓଡ଼ିଶା । ଅଧିକରୁ ଅଧିକ ସଫଳତା ଓ ସମୃଦ୍ଧି ପାଇଁ ରାଜ୍ୟ ଓ ରାଜ୍ୟବାସୀଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଶୀର୍ବାଦ କରନ୍ତୁ, ଏହା ମୋର ଆନ୍ତରିକ କାମନା ।

Show More

Related Articles

Back to top button