Breaking PLUSଦେଶମୁଖ୍ୟ ଖବରରାଜନୀତି

ତାମିଲନାଡୁକୁ 20ହଜାର କୋଟି ଟଙ୍କାର ବିକାଶମୂଳକ ଯୋଜନା ଭେଟି ଦେଲେ ପିଏମ ମୋଦି

ନୂଆଦିଲ୍ଲୀ, 2 ଜାନୁୟାରୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାମିଲନାଡୁର ତିରୁଚିରାପଲ୍ଲୀରେ 20,000 କୋଟି ଟଙ୍କାରୁ ଅଧିକ ବିକାଶ ମୂଳକ ପରିଯୋଜନାର ଉଦଘାଟନ , ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ଓ ଶିଳାନ୍ୟାସ କରିଛନ୍ତି । ବିକାଶମୂଳକ ପରିଯୋଜନାରେ ତାମିଲନାଡୁରେ ରେଳ, ସଡକ, ତୈଳ ଓ ଗ୍ୟାସ ଏବଂ ସିପିଂ ପରି କ୍ଷେତ୍ର ସାମିଲ ରହିଛି ।
ଏହି ଅବସରରେ ଉପସ୍ଥିତ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ସମସ୍ତଙ୍କ ପାଇଁ ଫଳଦାୟୀ ଓ ସମୃଦ୍ଧି କାମନା କରିବା ସହ ପ୍ରସନ୍ନତା ବ୍ୟକ୍ତ କରି କହିଛନ୍ତି ଯେ, 2024ରେ ତାଙ୍କର ପ୍ରଥମ ସାର୍ବଜନୀନ କାର୍ଯ୍ୟକ୍ରମ ତାମିଲନାଡୁ ରହିଛି । ସେ କହିଛନ୍ତି ଆଜି 20,00 କୋଟି ଟଙ୍କାରୁ ଅଧିକ ପରିଯୋଜନା ତାମିଲନାଡୁର ପ୍ରଗତିକୁ ମଜବୁତ କରିବ । ସେ ରାଜ୍ୟର ଲୋକଙ୍କୁ ରୋଡୱେଜ, ରେଲୱେ, ବନ୍ଦର, ଏୟାରପୋର୍ଟ, ଶକ୍ତି ଓ ପେଟ୍ରୋଲିୟମ ପାଇପଲାଇନ କ୍ଷେତ୍ରରେ ଯୋଜନା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଏଥିରୁ ଅନେକ ଯୋଜନାରୁ ଯାତ୍ରାକୁ ଅଭିବୃଦ୍ଧି ପ୍ରଦାନ କରିବ ଏବଂ ରାଜ୍ୟରେ ରୋଜଗାର ପାଇଁ ହଜାର ହଜାର ସୁଯୋଗ ସୃଷ୍ଟି ହେବ ।

Show More

Related Articles

Back to top button