Breaking PLUSଦେଶମୁଖ୍ୟ ଖବରରାଜନୀତି

ଦେଶରେ 7.7 ପ୍ରତିଶତ ଜିଡିପି ବୃଦ୍ଧି 10ବର୍ଷର ପରିବର୍ତ୍ତନକାରୀ ସୁଧାରର ପରିଣାମ- ପିଏମ ମୋଦି

ନୂଆଦିଲ୍ଲୀ, 9 ଡିସେମ୍ବର- ଗତ 6ମାସରେ ଭାରତର 7.7 ପ୍ରତିଶତ ଜିଡିପି ବୃଦ୍ଧି ଗତ 10ବର୍ଷର ପରିବର୍ତ୍ତନକାରୀ ସୁଧାରର ପରିଣାମ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଭାରତ ଗଭୀର ଗଣତାନ୍ତ୍ରିକ ମୂଲ୍ୟ ଓ ବ୍ୟାପାର ଓ ବାଣିଜ୍ୟର ଐତିହାସିକ ପରମ୍ପରା ବିଶିଷ୍ଟ ଦେଶ । ଭାରତରେ ପ୍ରତ୍ୟେକ ନିବେଶକ ଏବଂ କମ୍ପାନୀ ପାଇଁ ସୁଯୋଗ ନିମନ୍ତେ ବିବିଧ ଶୃଙ୍ଖଳା ରହିଛି । ଗ୍ଲୋବାଲ ଥଟ୍ ଲିଡରସିପ ପ୍ଲାଟଫର୍ମ ଇନଫିନିଟି ଫୋରମର ଦ୍ୱିତୀୟ ସଂସ୍କରଣରେ ଭିସି ଜରିଆରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଚଳିତ ବର୍ଷ ଆରମ୍ଭରେ କହିଥିଲେ ଯେ ଗ୍ଲୋବାଲ ସାଉଥର ନେତୃତ୍ୱ ନେବା ପାଇଁ ଭାରତ ଏକ ଦୃଢ ସ୍ଥିତିରେ ଅଛି । କିଛି ସପ୍ତାହ ପୂର୍ବରୁ ବିଶ୍ୱ ଅର୍ଥନୈତିକ ଫୋରମ୍ କହିଥିଲା ଯେ, ଭାରତରେ ଲାଲଫିତାଶାହୀ ହ୍ରାସ ପାଇଛି ଏବଂ ପୁଞ୍ଜି ବିନିଯୋଗ ପାଇଁ ଏକ ଉତ୍ତମ ପରିବେଶ ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଆଜି ଭାରତର ଅଭିବୃଦ୍ଧିର କାହାଣୀ ବିଶ୍ୱକୁ ଦର୍ଶାଇଛି ଯେ ଯେତେବେଳେ ନୀତିକୁ ପ୍ରାଥମିକତା ଦିଆଯାଏ, ଯେତେବେଳେ ଉତ୍ତମ ଶାସନ ପାଇଁ ସମସ୍ତ ପ୍ରୟାସ କରାଯାଏ, ଯେତେବେଳେ ଦେଶ ଏବଂ ଦେଶବାସୀଙ୍କ ହିତ ହିଁ ଆର୍ଥିକ ନୀତିର ଆଧାର ହୋଇଥାଏ, ସେତେବେଳେ ରେଜଲ୍ଟ କ’ଣ ମିଳିଥାଏ । ଭାରତୀୟ ଅର୍ଥବ୍ୟବସ୍ଥାରେ ଏହି ଆର୍ଥିକ ବର୍ଷର ପ୍ରଥମ 6ମାସରେ 7.7 ପ୍ରତିଶତ ହାରରେ ପ୍ରଗତି କରିଛି ।

Show More

Related Articles

Back to top button