ଓଡ଼ିଶାମୁଖ୍ୟ ଖବର

ଅପରାହ୍ନରେ ବାହାରିବ +୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ

ଓ୍ବେବସାଇଟରେ ଜାଣିହେବ ମାର୍କ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ। ଅପରାହ୍ଣରେ www.orisssaresults.nic.in ଓ୍ବେବ୍ ସାଇଟ୍ ରେ ପରୀକ୍ଷାଫଳ ଉପଲବ୍ଧ ହେବ।ଛାତ୍ରଛାତ୍ରୀ ନିଜର ରୋଲ୍ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ। ଏଥିସହ ସାମ୍ସ କଲେଜ ଇ-ସ୍ପେସ୍ ରେ ମଧ୍ୟ ଫଳ ଉପଲବ୍ଧ ହେବ। ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଏଥର ମୋଟ୍ ୧ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଛନ୍ତି । ଯେଉଁଥିରେ ବିଜ୍ଞାନ ବିଭାଗର ୯୫ ହଜାର ଓ ବାଣିଜ୍ୟର ୨୫ ହଜାର ଛାତ୍ରଛାତ୍ରୀ ରହିଛନ୍ତି।

ମାଟ୍ରିକ୍ ପରି ଯୁକ୍ତ୨ରେ ବି ପାସ୍ ହାର ୯୦%ରୁ ଅଧିକ ହେବା ଆଶା କରାଯାଉଛି । ତେବେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗର ପରୀକ୍ଷାଫଳ କେବେ ପ୍ରକାଶ ପାଇବ ତାହା ଏଯାଏ ନିର୍ଦ୍ଧାରଣ କରାଯାଇନି । ତେଣୁ କଳା ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇଁ ଅଧିକ ସମୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିକଟରେ ପରିଷଦ ପକ୍ଷରୁ ଅପିଲ କରାଯାଇଛି ।ଏଥର କରୋନା ପାଇଁ ପରୀକ୍ଷା ହୋଇନଥିବାରୁ , ବିନା ପରୀକ୍ଷାରେ ଏକ ନିର୍ଦ୍ଦିଷ୍ଟ ପଦ୍ଧତିରେ ଛାତ୍ରଛାତ୍ରୀଙ୍କ ମାର୍କିଂ କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ରେଜଲ୍ଟରେ ଅସନ୍ତୁଷ୍ଟ ହେବେ, ସେମାନଙ୍କ ପାଇଁ ଅଫଲାଇନରେ ପରୀକ୍ଷା ଦେବା ଲାଗି ସୁଯୋଗ ରହିବ।

Show More

Related Articles

Back to top button