Breaking PLUSଓଡ଼ିଶାମୁଖ୍ୟ ଖବର

ଆସିବ ଅଗଷ୍ଟ ଗାଇଡ୍ ଲାଇନ୍

ଘୋଷଣା କରିବେ ରାଜ୍ୟ ସରକାର

ଆଜି ଆସିବ ଅଗଷ୍ଟ ଗାଇଡ୍ ଲାଇନ୍ । ଅଗଷ୍ଟ ମାସ ପାଇଁ ଆଜି ଗାଇଡ୍ ଲାଇନ୍ ଘୋଷଣା କରିବେ ରାଜ୍ୟ ସରକାର । କାରଣ ଜୁଲାଇ ମାସ ପାଇଁ ଜାରି କରିଥିବା ଗାଇଡ୍ ଲାଇନ୍ ର ଅବଧି ଆସନ୍ତାକାଲି ୬ଟାରେ ଶେଷ ହେବ । ତେଣୁ ଏହାପୂର୍ବରୁ ଅର୍ଥାତ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସ ପାଇଁ କରୋନା ଗାଇଡ୍ ଲାଇନ୍ ଜାରି କରାଯିବ। ଅଗଷ୍ଟ ମାସ ପାଇଁ କ’ଣ ହେବ ନୂଆ ଗାଇଡଲାଇନ୍ ? ସଂପୂର୍ଣ୍ଣ ଅନଲକ୍ କୁ ଯିବେ କି ରାଜ୍ୟ ସରକାର ? ଏସବୁକୁ ଏବେ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି ।ତେବେ ରାଜ୍ୟରେ ଏବେ କଟକ ଓ ଖୋର୍ଦ୍ଧା ଜିଲ୍ଲାକୁ ଛାଡିଲେ ପ୍ରାୟ ଅନ୍ୟ ସବୁ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇବାରେ ପାଇବାରେ ଲାଗିଛି । ଜୀବନ ଓ ଜୀବିକା ମଧ୍ୟରେ ସମନ୍ୱୟ ରକ୍ଷା କରି କିଛି କ୍ଷେତ୍ରକୁ ସ୍ୱାଭାବିକ କରିବା ପାଇଁ ପୂର୍ବରୁ କଟକଣା କୋହଳ କରାଯାଇଥିଲେ ମଧ୍ୟ ଅନେକ କ୍ଷେତ୍ରରେ କଟକଣା ଏବେ ବି ବଳବତ୍ତର ରହିଛି ।

ମଲ୍ , ସିନେମା ହଲ୍ ଖୋଲିବାକୁ ଅନୁମତି ମିଳିନାହିଁ । ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଯାତ୍ରାକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ । ମନ୍ଦିରଗୁଡ଼ିକ ମଧ୍ୟ ବନ୍ଦ ରହିଛି ।ସେହିପରି ବିବାହ, ବ୍ରତଘର ଓ ଶୁଦ୍ଧି କାମରେ କେତେ ଲୋକେ ଯୋଗଦେବେ ସେନେଇ କଟକଣା ରହିଛି । ତେଣୁ ଗୋଟିଏ ପଟେ କରୋନାର ସମ୍ଭାବ୍ୟ ତୃତୀୟ ଲହରର ଭୟ ଓ ଅନ୍ୟପଟେ ଜୀବନ, ଜୀବିକାକୁ ଆଖି ଆଗରେ ରଖି ରାଜ୍ୟ ସରକାର କେଉଁ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ଏହାରି ମଧ୍ୟରେ ରାଜ୍ୟରେ ଏବେ ସମ୍ପୂର୍ଣ୍ଣ ଅନଲକ୍ ହେବ ନାହିଁ, ବର୍ତ୍ତମାନ ରାଜ୍ୟରେ ସେଭଳି ସ୍ଥିତି ଉପୁଜିନାହିଁ ବୋଲି ବିଶେଷଜ୍ଞ ସୂଚନା ଦେଇଛନ୍ତି ।

Show More

Related Articles

Back to top button