ଜୀବନଚର୍ଯ୍ୟା

ନିଜ ଘରେ ଲଗାନ୍ତୁ ଏହି ୫ଟି ଜିନିଷ

ସୁଖ ସମୃଦ୍ଧି ଓ ସଫଳତା ମିଳିବ

ଅଧିକାଂଶ ସମୟ ଆମେ କଠୋର ପରିଶ୍ରମ କରି ମଧ୍ୟ ନିଜ କାମର ଉଚିତ ମୂଲ୍ୟ ,ଆର୍ଥିକ ଉନ୍ନତି କରି ପାରି ନଥାଉ l ଯଦି ଆମେ ବସ୍ତୁ ଶାସ୍ତ୍ରରେ କୁହ ଯାଇଥିବା କିଛି କଥାକୁ ନିଜ ଜୀବନରେ ମାନିବା ତେବେ ହୁଏତ ଆମର ନକାରାତ୍ମକ ଶକ୍ତି ଦୂର ହୋଇଯିବ ଓ ଆମକୁ ଜୀବନରେ କିଛି ସାହାଯ୍ୟ ମିଳିବ l ଏମିତିରେ ଦେଖିବାକୁ ଗଲେ ଜୀବନରେ ପରିଶ୍ରମ ନକଲେ କିଛିବି ହାସଲ କରି ପାରିବ ନାହିଁ ,କିନ୍ତୁ ପରିଶ୍ରମ ସହିତ ଆଧ୍ୟାତ୍ମିକ ବାଦ ଓ ଵାସ୍ତୁକୁ ମଧ୍ୟ ମାନିବାକୁ ପଡିବ l ଆଜିର ଆମର ଏହି ଲେଖା ଘରେ ସାକାରାତ୍ମକ ସ୍ଥିତି ଆଣିବା ପାଇଁ କିଛି ଗଛ ବିଷୟରେ କୁହାଯାଇଛି l

* ମନି ପ୍ଲାଣ୍ଟ -ମନି ପ୍ଲାଣ୍ଟକୁ ଆପଣ ସମସ୍ତେ ଘରେ ଲାଗନ୍ତି କିନ୍ତୁ ଏହାକୁ ଠିକ ଦିଗରେ ଲଗାଇବା ଦ୍ୱାରା ଆର୍ଥିକ ସ୍ଥିତିରେ ଉନ୍ନତି ଆସିଥାଏ l ମନି ପ୍ଲାଣ୍ଟକୁ ଆପଣ ଦକ୍ଷିଣ ପୂର୍ବ ଦିଗ ଅର୍ଥାତ ଆଗ୍ନେୟ କୋଣରେ ଲଗାନ୍ତୁ l ଏହା ଦ୍ୱାରା ସୁଖ ସମୃଦ୍ଧି ବଢିବା ସହିତ ସକାରତ୍ମକ ଶକ୍ତି ପ୍ରାପ୍ତ ହେବ l ଏହାକୁ ସବୁବେଳେ ଘର ଭିତରେ ଲଗାଇବା ବଶ୍ୟକ l

* ସ୍ନେକ ପ୍ଲାଣ୍ଟ -ସ୍ନେକ ପ୍ଲାଣ୍ଟର ପତ୍ର ଗୁଡିକ ଲମ୍ବା ,ମୁନିଆ ଓ ଗାଢା ସବୁଜ ରଙ୍ଗର ଅଟନ୍ତି l ଏହି ଗଛଟିକୁ ଘର ଭିତରେ ଲଗାଇବା ବଶ୍ୟକ ,ଏହା ଦ୍ୱାରା ବିଶେଷ ଲାଭ ମିଳିବ l ଘର ଭିତରର ପରିସ୍ଥିତିକୁ ସୁଧ କରିବା ସହିତ ଆର୍ଥିକ ସମ୍ପନତା ବୃଦ୍ଧି କରିବାରେ ସହାୟକ ହୋଇଥାଏ l ଯଦି ଆପଣ ବ୍ୟବସାୟ କରୁଛନ୍ତି ତେବେ ଏହାକୁ ନିଜ ଅଫିସ ରୁମ ଭିତରେ ନିଶ୍ଚିନ୍ତ ଲଗାନ୍ତୁ l

* ଜେଡ ପ୍ଲାଣ୍ଟ-ଜେଡ ପ୍ଲାଣ୍ଟକୁ ସୌଭାଗ୍ୟ ,ସମୃଦ୍ଧି ଓ ସଫଳତାର ପ୍ରତୀକ କୁହାଯାଏ l ଏହି ଗଛଟିକୁ ଘରର ପ୍ରବେଶ ଦ୍ୱାରା ପାଖରେ ଲଗାଇବା ବଶ୍ୟକ l କାରଣ ଘର ଭିତରକୁ ପ୍ରବେଶ କରୁଥିବା ନକାରାତ୍ମକ ଶକ୍ତିକୁ ଏହା ନାସ କରିଥାଏ l ଏହି ଗଛର ପତ୍ର ଗୁଡିକ ଅଣ୍ଡା କୃତିର l

* ଲକି ବାମ୍ବୁ ପ୍ଲାଣ୍ଟ – ଏହି ଗଛଟି ସୌଭାଗ୍ୟ ସମୃଦ୍ଧି ସହିତ ଶୁଭ ଫଳ ପ୍ରଦାନ କରିଥାଏ l ଏହି ଗଛଟି ଯେତେ ବଡ଼ ହୁଏ ଏହାକୁ ସେତେ ଭଲ ବୋଲି ଭାବନ୍ତି l ଏହି ଗଛଟିକୁ କାଚ ପାତ୍ରରେ ଭରି ପାଣିଦେଇ ଘରର ଉତର ଦିଗରେ ରଖିବା ବଶ୍ୟକ l ଏହି ଗଛଟି ଶୁଖିବା ଦୁର୍ଭାଗ୍ୟ ସୂଚନା ହୋଇଥାଏ l

* ଏରକା ପାମ -ଏହି ଗଛଟି ସୌଭାଗ୍ୟ ଧନ ଓ ସାକାରାତ୍ମକ ଶକ୍ତି ପ୍ରଦାନ କରିଥାଏ l ଏହା ଘରର ବାତାବରଙ୍କୁ ସାକାରାତ୍ମକ ରଖେ l ଏହି ଗଛଟି ଦ୍ୱାରା ଘରର ଆର୍ଥିକ ସ୍ଥିତି ସୁଦୃଢ ହୁଏ l ଏରକା ପାମକୁ ଘରର ପଶ୍ଚିମ ଦିଗରେ ଖାଲି ସ୍ଥାନ ଦେଖି ରଖନ୍ତୁ l

Show More

Related Articles

Back to top button