ଜୀବନଚର୍ଯ୍ୟା

୧୦୩ବର୍ଷ ଲମ୍ବା ଆୟୁର ରହସ୍ୟ

ସନ୍ଧ୍ୟାରେ ଗୋଟିଏ ବିୟର

ଆମେରିକାରେ ରହୁଥିବା ଜଣେ ପୂର୍ବ ବାୟୁସେନା ଅଧିକାରୀଙ୍କୁ ନିକଟରେ ୧୦୩ ବର୍ଷ ବୟସ ହେଲା l ସେ ଡିସେମ୍ବର ମାସର ପ୍ରଥମ ସପ୍ତାହରେ ନିଜର ଜନ୍ମ ଦିବସ ପାଳନ କରିଛନ୍ତି l ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଯୁଦ୍ଧରେ ଅଂଶଗ୍ରହଣ କରିଥିବା ଏଣ୍ଡ୍ରିୟୁ ନିଜର ଜୀବନ ଚର୍ଜାକୁ ନେଇ ଅନେକା ଲୋକଙ୍କ ମନ ଆକର୍ଷଣ କରୁଛନ୍ତି l ସେ ପ୍ରତ୍ୱେକଦିନ ସନ୍ଧ୍ୟାରେ ଗୋଟିଏ ବିୟର ପିଇ ଥାନ୍ତି ଓ ନିଜର ଦୀର୍ଘ ଜୀବନର ଶ୍ରେୟ ବିୟରକୁ ଦେଇଛନ୍ତି l ଏଣ୍ଡ୍ରିୟୁ ପ୍ରତେକ ଦିନ ସନ୍ଧ୍ୟା ୪ଟା ବେଳେ ଆରାମରେ ବସି ନିଜର ପ୍ରିୟ ବିୟର କୁର୍ସ ଲାଇଟ୍ ର ଆନନ୍ଦ ନିଅନ୍ତି lସେ ୧୯୯୬ ରୁ ଏହିପରି କରୁଛନ୍ତି l

ଏଣ୍ଡ୍ରିୟୁଙ୍କ ପୁତ୍ର ଗଣମାଧ୍ୟମକୁ ସାକ୍ଷାତ ଦେଇ କହିଛନ୍ତି ଯେ ୧୯୯୬ ରୁ ଦୀର୍ଘ ୨୪ ବର୍ଷ ହେଲାଣି ମୋ ପିତା ୧୦୦ ବର୍ଷ ଅତିକ୍ରମ କରିଥିଲେ ମଧ୍ୟ ପ୍ରତେକ ଦିନ ସନ୍ଧ୍ୟାରେ ବିୟର ପିଅନ୍ତି l ମୁଁ ଭାବୁଛି ମୋ ପିତାଙ୍କର ଦୀର୍ଘ ଜୀବନର ରାହାସ୍ୟ ବିୟର ଅଟେ l ଦୁଇବର୍ଷ ପୂର୍ବେ ଏଣ୍ଡ୍ରିୟୁ କୁର୍ସ ବିୟରକୁ ନେଇ ଏକ ଟିଭି ସାକ୍ଷାତ୍କାର ଦଇଥିଲ ଯାହା ଅନେକ ଲୋକପ୍ରିୟ ହୋଇଥିଲା lଏହା ପରେ ବିୟର କମ୍ପାନୀ ଏଣ୍ଡ୍ରିୟୁଙ୍କୁ ଗୋଟିଏ ଫ୍ରିଜ୍ ଉପହାର ଦେଇଥିଲା , ଯେଉଁଥିରେ ଅନେକ ଗୁଡିଏ ବିୟର ବୋତଲ ରଖ ଯାଇଥିଲା l ତାଙ୍କ ପୁଅ ବବ କହିଛନ୍ତି ମୁଁ ସବୁବେଳେ କୁର୍ସ ବିୟର ପିଏ ଓ ମୋ ପିତା ୨୦୦୫ ରୁ କୁର୍ସ ଲାଇଟ୍ ବିୟର ପିଇବା ଆରମ୍ଭ କରିଥିଲେ l ଏହି କୁର୍ସ ଲାଇଟ୍ ବିୟର ତାଙ୍କର ଅତି ପ୍ରିୟ ହୋଇଗଲା l ଚଳିତ ବର୍ଷ ଡିସେମ୍ବର ୧ ତାରିଖରେ ଏଣ୍ଡ୍ରିୟୁ ନିଜର ୧୦୩ ତମ ଜନ୍ମ ଦିବସ ପାଳନ କରିଥିଲେ l ତାଙ୍କୁ ଖୁସି କରିବା ପାଇଁ ଏହି ଜନ୍ମଦିନ ଉତ୍ସବରେ ଏଣ୍ଡ୍ରିୟୁଙ୍କ ସମୟର ଅନେକ ସେନା ଅଧିକାରୀ ଉପସ୍ଥିତ ରହିଥିଲେ l

Show More

Related Articles

Back to top button