ଜୀବନଚର୍ଯ୍ୟାଦେଶ ବିଦେଶ

ବର୍ଷ ଆରମ୍ଭରୁ ଘରକୁ କିଣି ଆଣନ୍ତୁ ଏହିସବୁ ଜିନିଷ

ବର୍ଷ ସାରା ଘରକୁ ମିଳିଥାଏ ସୁଖ ଓ ସାମୃଦ୍ଧି

ଆଉ ଅଳ୍ପଦିନ ପରେ ୨୦୨୦ ମସିହା ଶେଷ ହୋଇଯିବ l ୨୦୨୧ ମସିହା ଆରମ୍ଭ ହେବ ପୂର୍ବରୁ ବର୍ଷଟି କିପରି ଭାବରେ ସମସ୍ତଙ୍କ ପାଇଁ ସଫଳତା ଆଣିବ ସେଥିପାଇଁ ଭାରତର ଜ୍ୟୋତିର୍ବିଦ ମାନେ କିଛିଟା ସୂଚନା ଦେଇ କହିଛନ୍ତି ଯେ ଜାନୁଆରୀ ୧ ତାରିଖ ଦିନ କିଛି ଆପାରୀ ପଦକ୍ଷେପ ନିଅନ୍ତୁ ଯାହା ସମ୍ପୂର୍ଣ୍ଣ ବର୍ଷକୁ ଆପଣଙ୍କର ହସ ଓ ଉଲ୍ଲାସରେ ଭାରି ଦେବ l ଭାରତୀୟ ମାନେ ଜ୍ୟୋତିଷ ଶାସ୍ତ୍ର ଉପରେ ପ୍ରଗାଢ ବିଶ୍ୱାସ କରନ୍ତି ,ତେଣୁ କରି ଆମ ମାନଙ୍କର ଜୀବନରେ ସୁଖ ସମୃଦ୍ଧି କିପରି ଲାଭ ହେବ ତାହା ଜ୍ୟୋତିର୍ବିଦ ମାନେ ଜଣାଇ ଦିଅନ୍ତି l

ଧାତୁରେ ନିର୍ମିତ କଇଁଛ -ଘରେ ଶାନ୍ତି ,ସୁଖ ଓ ସମୃଦ୍ଧି ପାଇବା ପାଇଁ କଇଁଛ ରଖିବା ଶୁଭ ଅଟେ l ଏହା ଘରର ସଦସ୍ୟ ମାନଙ୍କର ସ୍ୱାସ୍ଥ୍ୟ ଉପରେ ସକାରତ୍ମକ ପ୍ରଭାବ ପକାଇଥାଏ l ଜୀବନ୍ତ କଇଁଛ ଘରେ ରଖିବା ଆଇନ ଗତ ଦୃଷ୍ଟିରୁ ଅପରାଧ ବୋଲି ଧାତୁରେ ନିର୍ମିତ କଇଁଛ ଘରକୁ ଅଣାନ୍ତୁ l

ଛୋଟ ନଡ଼ିଆ -କୁହା ଯାଏ ଯେ ନଡ଼ିଆରେ ତ୍ରିଦେବ ବାସ କରନ୍ତି l ସେଥିପାଇଁ ପ୍ରତ୍ୱେକଟି ଶୁଭ କାର୍ଯ୍ୟରେ ନଡ଼ିଆର ବ୍ୟବହାର କରାଯାଏ l ଯଦି ଆପଣ ନୂଆ ବର୍ଷର ପ୍ରଥମ ଦିନରେ ଘରକୁ ନଡ଼ିଆ ଆଣିଲେ ତେବେ ଘରେ ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ l

ସ୍ୱସ୍ତିକ -ଧର୍ମ ଅନୁସାରେ ସ୍ୱସ୍ତିକ ଚିହ୍ନରେ ସ୍ୱୟଂ ଭଗବାନ ଗଣେଶ ବାସ କରନ୍ତି l ସେଥିପାଇଁ ଏହି ଚିହ୍ନକୁ ସବୁଠୁ ପବିତ୍ର ଭାବରେ ଗ୍ରହଣ କରାଯାଏ ,ତେଣୁ ନୂଆ ବର୍ଷର ପ୍ରଥମ ଦିନରେ ଘରକୁ ସ୍ୱସ୍ତିକ ଚିହ୍ନ ଅଣାନ୍ତୁ l ମୟୁର ଚନ୍ଦ୍ରିକା -ଯଦି ସୋଇଥିବା ଭାଗ୍ୟକୁ ଜାଗ୍ରତ କରିବାକୁ ଚାହୁଁଛନ୍ତି ତେବେ ନୂଆ ବର୍ଷର ପ୍ରଥମ ଦିନରେ ଘରକୁ ମୟୁର ଚାନ୍ଦ୍ରିକା ଅଣାନ୍ତୁ l ଏହି ଚନ୍ଦ୍ରିକାକୁ ଭଗବାନଙ୍କ ନିକଟରେ ସ୍ଥାପାନା କଲେ ଆପଣଙ୍କର ଉନ୍ନତି ହେବ l

ସୁଆର ଫଟୋ -ସୁଆକୁ ଗୋଟିଏ ଶୁଭ ପକ୍ଷୀ ବୋଲି କୁହାଯାଏ l ଯଦି ଘରେ ଏହି ପକ୍ଷୀଟିର ଚିତ୍ରକୁ ଲଗାଇ ଦିଆଯାଏ ତେବେ ଘରକୁ ସୌଭାଗ୍ୟ ଆସିଥାଏ l ତେଣୁକରି ନୂଆ ବର୍ଷ ଦିନ ଘରେ ସୁଆର ଫଟୋ ଚିତ୍ର ଲଗାନ୍ତୁ l

ହାତୀ -ଯଦି ଆପଣଙ୍କ କୁଣ୍ଡଳୀରେ ରହୁ ଓ କେତୁରେ ଖରାପ ପ୍ରଭାବ ରହୁଛି ତେବେ ଘରେ ଚାନ୍ଦିର ହାତୀ ପ୍ରତିମା ରାଖାନ୍ତୁ l ଏହା ଦ୍ୱାରା ଘରକୁ ଲକ୍ଷ୍ମୀ ଆସିବା ସହିତ ରାହୁ କତୁଙ୍କ ପ୍ରଭାବ କମିବ l

Show More

Related Articles

Back to top button