ଜୀବନଚର୍ଯ୍ୟାଦେଶ ବିଦେଶ

ଶତ୍ରୁ ବିନାଶ କରିବା ପାଇଁ ଏହି ପ୍ରକାର ଶୁଣ୍ଢ ଥିବା ଗଣେଶଙ୍କୁ ପୂଜା କରନ୍ତୁ

ସମସ୍ତ ଦେବତାଙ୍କ ପୂର୍ବରୁ ସର୍ବ ପ୍ରଥମେ ବିଘ୍ନ ହର୍ତା ଭଗବାନ ଗଣେଶଙ୍କର ପୂଜା କରାଯାଇ ଥାଏ l ସମସ୍ତ ଶୁଭକର୍ମ ପୂର୍ବରୁ ସର୍ବ ପ୍ରଥମେ ରିଦ୍ଧି ସିଦ୍ଧିଙ୍କ ସ୍ୱାମୀ ଗଣେଶଙ୍କୁ ସଫଳତା ପାଇବା ପାଇଁ ପୂଜା ହୋଇଥାଏ l କୁହାଯାଇଛି ଯେ ଗଣେଶଙ୍କୁ ଯେପରିବି ତୁମେ ଡାକ ସେ ତୁମର ଡାକ ଶୁଣନ୍ତି l ସେଥିରେ ମଧ୍ୟ ଘରେ ପୂଜା କରିବା ପାଇଁ ଗଣେଶଙ୍କ ଫଟୋ ଯଦି ଆପଣ ରଖୁଛନ୍ତି ତେବେ ତାଙ୍କର ଶୁଣ୍ଢ ଦକ୍ଷିଣ ଦିଗକୁ ହୋଇଥିବା ଆବଶ୍ୟକ

ଏହି ପରି ଶୁଣ୍ଢ ଥିବା ଗଣେଶଙ୍କ ଫଟୋ କିମ୍ବା ପ୍ରତିମାକୁ ପୂଜା କରିବା ଦ୍ୱାରା ଶତ୍ରୁ ମାନଙ୍କର ନାଶ ହୋଇଥାଏ l ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ ହେବ ସହିତ ସମସ୍ତ ସଫଳତା ଲାଭ ହୋଇଥାଏ l ଯେଉଁ ମାନେ ଜୀବନରେ ଐଶର୍ଯ୍ୟା ଲାଭ କରିବାକୁ ଚାହୁଁଛନ୍ତି ସେମାନେ ଜୀଵନରେ ବାମ ଦିଗକୁ ଶୁଣ୍ଢ ରହିଥିବା ଗଣେଶ ପୂଜା କରିବା ଆବଶ୍ୟକ l ଯେଉଁ ଗଣେଶଙ୍କ ଶୁଣ୍ଢର ଅଗ୍ରଭାଗ ଦକ୍ଷିଣ ଦିଗକୁ ମୋଡି ହୋଇ ଥାଏ ତାହାଙ୍କୁ ଦକ୍ଷିଣା ମୁଖି ଗଣେଶ କୁହାଯାଏ lଦକ୍ଷିଣ ଦିଗକୁ ଯମ ଲୋକର ଦିଗ ବୋଲି କୁହାଯାଏ ଏବଂ ଡାହାଣ ହାତକୁ ସୂର୍ଯ୍ୟ ନାଡୀ କୁହାଯାଏ l ଯେଉଁ ବ୍ୟକ୍ତି ଯମ ଲୋକର ଅର୍ଥାତ ଶତ୍ରୁର କ୍ଷୟ କରିବାକୁ ଚାହୁଁଛନ୍ତି ସେ ଡାହାଣ ପଟ ଶୁଣ୍ଢ ଥିବା ଗଣେଶଙ୍କୁ ପୂଜା କରନ୍ତୁ l

 

ଡାହାଣ ପଟ ଶୁଣ୍ଢ ଥିବା ଗଣପତିଙ୍କୁ ଜାଗୃତ ଗଣପତି କୁହାଯାଏ l ଏହି ଭଳି ମୂର୍ତ୍ତିକୁ ପୂଜା କରିବା ଦ୍ୱାରା ବ୍ୟକ୍ତି ତେଜସ୍ୱି ଓ ଶକ୍ତିଶାଳୀ ହୋଇଥାଏ l ତା ସହିତ ମନରେ ସକାରତ୍ମକ ଭାବନା ଆସିଥାଏ l ଗଣେଶଙ୍କ ପାଖରେ ହାତୀ ଭଳି ମୁଣ୍ଡ ,ମୋଟା ପେଟ ଓ ମୂଷା ଭଳି ଗୋଟିଏ ଛୋଟ ବହନ ରହିଛି ,କିନ୍ତୁ ଏହି ସମସ୍ତ ସମସ୍ୟା ପରେ ମଧ୍ୟ ସେ ବିଘ୍ନ ବିନାଶକର ଉପାଧି ପାଇଛନ୍ତି l ଏହାର କାରଣ ହେଲା ଗଣେଶଙ୍କ ଭିତରେ ରହିଥିବା କମି ଗୁଡିକୁ ନେଇ ସେ ନିଜକୁ କେବେବି ନାକରତ୍ମକ ଭାବରେ ତୁଳନା କରି ନାହାନ୍ତି ,ବରଂ ସେ ଏହି ସମସ୍ତଙ୍କୁ ନିଜର ଶକ୍ତି କରି ଆଗକୁ ଦୁଃଖ ହରଣ କରିବାକୁ ଆଗେଇଛନ୍ତି l ଟଙ୍କାର ବଙ୍କା ଟଙ୍କା ଶୁଣ୍ଢ ସୂଚେଇ ଦିଏଯେ ସଫଳତାର ରାସ୍ତା ସିଧା ନୁହେଁ l ଶାସ୍ତ୍ର ଅନୁସାରେ ବିଘ୍ନ ହର୍ତା ଗଣେଶଙ୍କ ପୂଜା କରିବା ସମୟରେ ପୂର୍ଣ୍ଣ ଶ୍ରଦ୍ଧା ଓ ପବିତ୍ରତାକୁ ଧ୍ୟାନ ରଖିବା ଆବଶ୍ୟକ l

Show More

Related Articles

Back to top button