Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱତନ୍ତ୍ର

ପୁରୀରେ ହେବ ଗ୍ରୀନ୍‌ ଫିଲ୍‌ଡ ଏୟାରପୋର୍ଟ

ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

ପୁରୀରେ ହେବ ଗ୍ରୀନ ଫିଲ୍ଡ ଏୟାରପୋର୍ଟ । ଆଜି ଝାରସୁଗୁଡ଼ାରେ ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ସେ କହିଛନ୍ତି, ପୁରୀକୁ ଗ୍ରୀନ୍‌ ଫିଲ୍‌ଡ ଏୟାରପୋର୍ଟ ପାଇଁ ରାଜ୍ୟକୁ ବିସ୍ତୃତ ରିପୋର୍ଟ ଦିଆଯାଇଛି । ରାଜ୍ୟ ସରକାରଙ୍କ ଜବାବକୁ ଅପେକ୍ଷା କରାଯାଇଛି ବୋଲି ସିନ୍ଧିଆ କହିଛନ୍ତି ।

ରାଜ୍ୟ ସରକାର ଯେତେ ଶୀଘ୍ର ଜବାବ ଦେବେ, ସେତେ ଶୀଘ୍ର କାମ ଆଗକୁ ବଢ଼ିବ ବୋଲି ମନ୍ତ୍ରୀ କହିଛନ୍ତି । ଜୟପୁର ଓ ଉତ୍କେଲା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଜୟପୁର ଓ ଉତ୍କେଲା ପ୍ରସ୍ତାବ ମଧ୍ୟ ଶୀଘ୍ର ରାଜ୍ୟ ସରକାର ଦିଅନ୍ତୁ । ତୁରନ୍ତ ଦୁଇ ଏୟାରପୋର୍ଟ ନେଇ ରାଜ୍ୟ ପ୍ରସ୍ତାବ ଦେଲେ ଲାଇସେନ୍ସ ବ୍ୟବସ୍ଥା ହେବ ବୋଲି ସେ ଦୋହରାଇଛନ୍ତି ।

ଆଜି ଝାରସୁଗୁଡ଼ାରେ ପାଳିତ ହୋଇଛି ଉଡ଼ାନ ଦିବସ । ଏଥିର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଯୋଗ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଆଞ୍ଚଳିକ ଯୋଗାଯୋଗ ସ୍କିମ୍‌ (ଆର୍‌ସିଏସ୍)ର ଉଡ଼ାନ ଯୋଜନାରେ ଆରମ୍ଭ ହୋଇଥିବା ଦେଶର ୫୩ଟି ଆରସିଏସ୍‌ ବିମାନ ବନ୍ଦର ମଧ୍ୟରୁ ଝାରସୁଗୁଡ଼ା ବିମାନ ବନ୍ଦର ଅନ୍ୟତମ । ଆଜି ଉତ୍ସବରେ ଅନ୍ୟତମ ଅତିଥିଭାବେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ବିମାନ ଚଳାଚଳ ମନ୍ତ୍ରଣାଳୟ ଲୟ ଯୁଗ୍ମ ସଚିବ ଉଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାରୁ ପ୍ରକାଶ, ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଶ୍ରୀକ୍ଷେତ୍ରରେ ବିମାନ ବନ୍ଦର କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ରଖିଥିଲେ । ଏହା ପରେ ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆର କର୍ମକର୍ତ୍ତାମାନେ ପୁରୀ ଯାଇ ଜମିର ତଦାରଖ କରିଥିଲେ । ଏବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ଘୋଷଣା ପରେ ରାଜ୍ୟ ସରକାର ଆଗକୁ ବଢ଼ିବେ ବୋଲି ଆଶଙ୍କା କରାଯାଉଛି ।

Show More

Related Articles

Back to top button