Breaking PLUSଦେଶବ୍ୟକ୍ତିତ୍ୱମୁଖ୍ୟ ଖବର

ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ମିଳିଲା ଅତି ବିଶିଷ୍ଟ ସେବା ମେଡ଼ାଲ

ଓଡ଼ିଆ ପୁଅ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ମିଳିଲା ଅତି ବିଶିଷ୍ଟ ସେବା ମେଡ଼ାଲ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସମ୍ମାନିତ ହେଲେ ଓଡ଼ିଆ ବାୟୁସେନା ଅଧିକାରୀ । ନିକଟରେ ସେ ଇଷ୍ଟର୍ଣ୍ଣ ଏୟାର କମାଣ୍ଡର ମୁଖ୍ୟ କମାଣ୍ଡର ନିଯୁକ୍ତି ହୋଇଛନ୍ତି । ପ୍ରଥମ ଓଡ଼ିଆଭାବେ ତାଙ୍କୁ ଏହି ଦାୟିତ୍ୱ ମିଳିଛି । ଦେଶସେବା ଓ ଭାରତୀୟ ସେନାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏୟାର ମାର୍ଶାଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଭୁବନେଶ୍ୱରରେ ଦିଲ୍ଲୀପଙ୍କ ଘର । ଡ଼ିଏମ ସ୍କୁଲରେ ଏବଂ ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ-୧ରେ ପାଠ ପଢ଼ିଥିଲେ । ନିଜର ଉଚ୍ଚମାନର କର୍ତ୍ତବ୍ୟ ସମ୍ପାଦନ ପାଇଁ ସେ ବାୟୁସେନା ମେଡ଼ାଲରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ୧୯୯୯କାରଗିଲ ଅପରେସନବେଳେ ତାଙ୍କର ସାହାସିକତା ପାଇଁ ଏହି ସମ୍ମାନ ମିଳିଥିଲା । ସେ ବାୟୁସେନାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଆସିଛନ୍ତି । ଅପରେସନ ରକ୍ଷକବେଳେ ସେ ବିପଦପୂର୍ଣ୍ଣ ସ୍ଥାନରେ ୨୭ଥର ବିମାନ ଉଡ଼ାଇଥିଲେ ।

ଏହାସହ ଟାଇଗର ହିଲ ଉପରେ ସେ ପ୍ରଥମ ଲେଜର ଗାଇଡ଼େଡ଼୍ ବୋମା ପକାଇଥିଲେ । ସେ ଭାରତୀୟ ବାୟୁସେନାର ଫ୍ଲାଇଙ୍ଗ ବ୍ରାଞ୍ଚରେ ୮ଜୁନ୍ ୧୯୮୪ରୁ ଦେଶ ପାଇଁ ସେବା କରିଆସୁଛନ୍ତି । ଘଣ୍ଟା ପ୍ରତି ୨ହଜାର ୫ଶହ କିଲୋମିଟର ବେଗରେ ମିରାଜ ଓ ମିଗ୍-୨୧ଉଡ଼ାଇବାର ତାଙ୍କ ନାଁରେ ରେକର୍ଡ଼ ରହିଛି ।

Show More

Related Articles

Back to top button