Breaking PLUSଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

ଫାର୍ମାସିଷ୍ଟ ବି ଦେଖିବେ ରୋଗୀ

ରାଜ୍ୟ ସରକାରଙ୍କ ବିକଳ୍ପ ପନ୍ଥା

ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସ୍ୱାସ୍ଥ୍ୟସେବା ସମସ୍ୟା । ବିଭିନ୍ନ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅଭାବ ଯୋଗୁଁ ରୋଗୀ ସାଧାରଣ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ତେବେ ଏହାକୁ ନେଇ ରାଜ୍ୟ ସରକାର ଏକ ବିକଳ୍ପ ପନ୍ଥା ଅବଲମ୍ବନ କରିଛନ୍ତି । ଏଥର ଫାର୍ମାସିଷ୍ଟମାନେ ମଧ୍ୟ ଔଷଧ ଦେଇ ପାରିବେ ବୋଲି ରାଜ୍ୟସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ତେବେ ଏଥିରେ ଫାର୍ମାସିଷ୍ଟମାନେ ଡାକ୍ତରଙ୍କ ଭଳି ସବୁ ରୋଗର ଚିକିତ୍ସା କରି ପାରିବେ ନାହିଁ । ଏଥି ପାଇଁ ମଧ୍ୟ ଗାଇଡ଼ଲାଇନ ରହିଛି ।

ତେବେ କେଉଁ କେଉଁ ରୋଗ ପାଇଁ ଫାର୍ମାସିଷ୍ଟମାନେ ଔଷଧ ଦେଇ ପାରିବେ ତାହାର ମଧ୍ୟ ଏକ ତାଲିକା ପ୍ରକାଶ ପାଇଛି । ଗୁରୁତର ରୋଗୀମାନଙ୍କ ସ୍ୱାସ୍ଥ୍ୟସେବା କେବଳ ଡାକ୍ତରମାନଙ୍କ ଦ୍ୱାରା କରାଯାଇ ପାରିବ ମାତ୍ର ସାମାନ୍ୟ ରୋଗ ପାଇଁ ଯଥା ସାଧାରଣ ଥଣ୍ଡା ଜ୍ୱର, ମ୍ୟାଲେରିଆ, ଚର୍ମରୋଗ, ଝାଡ଼ାବାନ୍ତି, କୃମି ଆଦି ସମସ୍ୟା ନିମନ୍ତେ ଏହି ଫାର୍ମାସିଷ୍ଟମାନେ ଔଷଧ ଦେଇ ପାରିବେ । ଏଥି ସହିତ ଦୁର୍ଘଟଣା କିମ୍ବା କୌଣସି କାରଣରୁ ଯଦି କେହି ସାମାନ୍ୟ ଆହତ ହୋଇଥାନ୍ତି ତେବେ ଫାର୍ମାସିଷ୍ଟମାନେ ମଧ୍ୟ ଔଷଧ ଦେଇ ପାରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

ରାଜ୍ୟର ବିଭିନ୍ନ ଅଞ୍ଚଳରେ ବହୁ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିବାବେଳେ ଅନେକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ଖାଲି ପଡ଼ୁଛି । ଫଳରେ ସ୍ୱାସ୍ଥ୍ୟ ସମସ୍ୟା ରାଜ୍ୟର ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ସେହିପରି କେଉଁଠି ଜଣେ ଲେଖାଏଁ ବି ଡାକ୍ତର ରହୁଛନ୍ତି । ଆଉ ସେମାନଙ୍କ ଅନୁପସ୍ଥିତିରେ ଅତି ସାମାନ୍ୟ ରୋଗ ପାଇଁ ରୋଗୀମାନେ ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି । ଏଭଳି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଏହି ନିର୍ଦ୍ଦେଶନାମା ଅନୁଯାୟୀ, ଏଣିକି ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ନିଯୁକ୍ତ ଫାର୍ମାସିଷ୍ଟମାନେ ରୋଗୀମାନଙ୍କୁ ଔଷଧ ଦେଇପାରିବେ । ଡାକ୍ତରଙ୍କ ଅନୁପସ୍ଥିତିରେ ସେମାନେ ରୋଗୀମାନଙ୍କୁ ଔଷଧ ଦେଇପାରିବେ । ତେବେ ଯେଉଁ ଔଷଧ ଦ୍ୱରା ରୋଗୀଙ୍କ ଜୀବନ ପ୍ରତି ବିପଦ ନଥିବ ସେହି ଔଷଧ ଦେଇ ପାରିବେ ବୋଲି ରାଜ୍ୟ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି ।

Show More

Related Articles

Back to top button