Breaking PLUSଅପରାଧଓଡ଼ିଶାମୁଖ୍ୟ ଖବରସ୍ୱାସ୍ଥ୍ୟ

ସିଏମସି ପକ୍ଷରୁ ଚଢ଼ାଉ

ବେଆଇନ ଖାଦ୍ୟ କାରଖାନା ସିଲ୍

କୌଣସି ଅନୁମତି ପତ୍ର ନଥାଇ ବିଭିନ୍ନ ବେନାମୀ କମ୍ପାନୀ ନାମରେ  ଖାଦ୍ୟ ସାମଗ୍ରୀ ବଜାରକୁ ଛାଡ଼ି ଲକ୍ଷ ଲକ୍ଷ ଟଙ୍କା ଲାଭ ନେଉଥିବାବେଳେ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଛି । ସୁନ୍ଦର ସୁନ୍ଦର ପ୍ୟାକେଟ ଭିତରେ ନିମ୍ନମାନର ଖାଦ୍ୟ ସାମଗ୍ରୀ ବିକ୍ରୟ କରାଯାଇ କେବଳ ଗ୍ରାହକ ମାନଙ୍କୁ ଠକୁ ନାହାନ୍ତି ବରଂ ଏହି ଖାଦ୍ୟ ସାମଗ୍ରୀ ମାଧ୍ୟମରେ ବିଭିନ୍ନ ରୋଗ ମଧ୍ୟ ବାଣ୍ଟୁଥିବାର ଅଭିଯୋଗ ଉଠିଛି ।

ଏପରିକି ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ କରାଯାଇ ଏକାଧିକ ବେଆଇନ ଖାଦ୍ୟ ସାମଗ୍ରୀ କାରଖାନା ଗୁଡ଼ିକୁ ସିଲ୍ କରାଯାଇଥିଲେ ମଧ୍ୟ ଏମାନଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ଆଜି କଟକ ସହରର ସ୍ଥାନୀୟ ଶିଖରପୁର ଅଞ୍ଚଳରେ ଏକ ବେଆଇନ ବେକେରୀ କାରଖାନା ଚାଲିଥିବାବେଳେ ସିଏମସି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ସେଠାରେ ୩ଟି ବେକେରୀ ୟୁନିଟ୍ ସିଲ୍ କରାଯାଇଛି । ଏହି ବେକେରୀ କାରଖାନାଟି ଏକ ବେନାମୀ କମ୍ପାନୀ ନାମରେ ଚାଲିଥିବାବେଳେ ଏଠାରେ ପ୍ରାୟ ଏକ ଟନରୁ ଉର୍ଦ୍ଧ୍ୱ ଓଜନର ବିଭିନ୍ନ ବେକେରୀ ଜବତ କରାଯାଇଛି ।

ଏଠାରେ ବିଭିନ୍ନ ପ୍ରକାର କେକ୍‌, ପାଉଁରୁଟି ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଏଠାରେ ପ୍ରସ୍ତୁତ କରାଯାଉଥିଲେ ବି ଏହି କମ୍ପାନୀ ନାମରେ ଖାଦ୍ୟ ପ୍ରକ୍ରିୟାକରଣର କୌଣସି ଅନୁମତି ବା ପ୍ରମାଣ ପତ୍ର ନଥିଲା । ଅନ୍ୟପକ୍ଷରେ ଏହା ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ପ୍ରସ୍ତୁତ କରାଯାଉଥିବା ଚଢ଼ାଉ ସମୟରେ ଜଣାପଡ଼ିଥିଲା । କଟକ ସହରରେ ଏଭଳି ବେଆଇନ କାରଖାନା ଚାଲୁଥିବା ଖବର ପାଇବା ପରେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ପହଞ୍ଚି ଚଢ଼ାଉ ଆରମ୍ଭ କରିଥିଲା ।

ଏହି ଟିମ୍‌ରେ ସିଏମସି ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର, ଭଗବାନ ଲେଙ୍କାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ଓଡ଼ିଶା ଖାଦ୍ୟ ନିରାପତ୍ତା ଇଣ୍ଡେକ୍ସରେ ଗତକାଲି ୧୪ ନମ୍ବରରୁ ଉଠି ୪ ନମ୍ବରରେ ପହଁଞ୍ଚିଥିଲାବେଳେ ଆଜି ଏଭଳି ଖବର କଟକରୁ ଆସିବା ନିହାତି ଦୁର୍ଭାଗ୍ୟଜନକ ବୋଲି ସାଧାରଣ ଲୋକଙ୍କ ମତ ।

Show More

Related Articles

Back to top button