ଦେଶ ବିଦେଶବାଣିଜ୍ୟ

ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧିରୁ ଏବେ ମିଳିବନି ଆଶ୍ୱସ୍ତି

ଆସନ୍ତୁ ଜାଣିବା କାହିଁକି?

ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ନେଇ ଆଶା ମଉଳିବାରେ ଲାଗିଛି। ଆମେରିକା ଅଶୋଧିତ ତୈଳ ଭଣ୍ଡାରରେ ଅନୁମାନରୁ ଅଧିକ ହ୍ରାସ ବିଶ୍ୱ ବଜାରରେ ଅଶୋଧିତ ତୈଳମୂଲ୍ୟ ବୃଦ୍ଧି କରିଛି। ଫଳରେ କ୍ରୁଡ ପ୍ରତି ବାରଲ ମୂଲ୍ୟ ଗତ ୯ ମାସର ସର୍ବାଧିକ ସ୍ତରରେ ପହଞ୍ଚିଛି। ଭାରତରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବିଦେଶ ବଜାର ମୂଲ୍ୟରେ ସ୍ଥିର ହେଉଛି। ଏଥିରେ କ୍ରୁଡ ମୂଲ୍ୟରେ ଅଧିକ ବୃଦ୍ଧି ହେଲେ ଏହାର ପ୍ରଭାବ ଦେଶର ବଜାର ଉପରେ ପଡିବା ଏବେ ନିଶ୍ଚିତ ହୋଇଯାଇଛି।ଏବେ ବ୍ରେଣ୍ଟ କ୍ରୁଡ ବାରଲ ପିଛା ୫୧ ଡଲାରରେ କାରବାର ହେଉଛି। ସେହିପରି ଡବ୍ଲୁଟିଆଇ ପ୍ରତି ବାରଲ ଦର ୪୮ ଡଲାରରେ ପହଞ୍ଚି ସାରିଲାଣି। ଫେବୃଆରୀ ୨୦୨୧ କଣ୍ଟ୍ରାକ୍ଚ ଲାଗି ବ୍ରେଣ୍ଟ ଦର ପ୍ରତି ବାରଲ ଗୁରୁବାର ୫୧.୯ ଡଲାର ସ୍ଥିର ହୋଇଛି।

ଗତ ଡିସେମ୍ବର ୧୧ ତାରିଖରେ ସମାପ୍ତ ହୋଇଥିବା ସପ୍ତାହରେ କ୍ରୁଡ ଇନଭେଣ୍ଟ୍ରିରେ ୩୧ ଲକ୍ଷ ବାରଲ ଷ୍ଟକ୍‌ ହ୍ରାସ ହୋଇଥିବା ଜଣାପଡିଥିଲା। ତେବେ ଏହି ହ୍ରାସ ୧୯ ଲକ୍ଷ ବାରଲ ପର୍ଯ୍ୟନ୍ତ ପହଞ୍ଚିବାର ଆକଳନ କରାଯାଉଥିଲା। ଏତେ ମାତ୍ରାରେ ହ୍ରାସ ଏଭଳି ମୂଲ୍ୟବୃଦ୍ଧି ପରିସ୍ଥିତି ସୃଷ୍ଟି କରିଛି।ଆମେରିକା ସରକାରଙ୍କ ନୂଆ ରିଲିଫ ପ୍ୟାକେଜ୍, ଅତ୍ୟାଧୁନିକ ଥଣ୍ଡା ପଡିବା ଯୋଗୁ ଇନ୍ଧନ ଖର୍ଚ୍ଚ ବୃଦ୍ଧି ଓ ସର୍ବୋପରି ଡଲାର ମୂଲ୍ୟ ହ୍ରାସ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିର କାରଣ ପାଲଟିଛି। ଏଥିରେ ଭାରତ ତୈଳ ଆବଶ୍ୟକତା ବିଦେଶ ବଜାରରୁ ପୂରଣ କରୁଛି। ଏଣୁ ବିଦେଶ ବଜାରରେ ହେଉଥିବା ପରିବର୍ତ୍ତନର ପ୍ରଭାବ ମଧ୍ୟ ଭାରତ ଉପରେ ପଡୁଛି।

Show More

Related Articles

Back to top button