ସ୍ୱାସ୍ଥ୍ୟ

ପେଟରେ ଜମି ରହୁଥିବା ଚର୍ବି ହୋଇପାରେ ଅନେକ ରୋଗର କାରଣ

ଆସନ୍ତୁ ଜାଣିବା ସେଗୁଡିକ କଣ କଣ?

ପେଟରେ ଚର୍ବି ଜମିବା ଅନେକ ପ୍ରକାରର ଗମ୍ଭୀର ସମସ୍ୟାକୁ ଟାଣି ଆଣିଥାଏ l ଆଜିକାଲିର ଜୀବନ ଶୈଳୀ ଅନେକ ପ୍ରକାରର ବଡ଼ ବଡ଼ ରୋଗକୁ ଆମ ଶରୀରକୁ ଟାଣିଆଣି ଥାଏ l ଆମ ଦୈନଦିନ କାର୍ଯ୍ୟରେ କିଛି ଏମିତି ସମୟ ରହିଥାଏ ଯେତେବେଳେ ଆମେ ଆକ୍ଟିଭି ରହିଥାଉ l ଆମେ ଯଦି ଦେଖିବା ସାରା ଦିନର କାର୍ଯ୍ୟକ୍ରମ ତେବେ ଆଜିକାଲି ଲ୍ୟାପଟପ ଓ ଫୋନ ସ୍କ୍ରିନ ବ୍ୟତୀତ ଆଉ କୌଣସି ଥିରେ ବି ଆମେ ବ୍ୟସ୍ତ ରହୁନାହୁଁ l ଅଧିକାଂଶ ଲୋକଙ୍କର ଭୋଜନ ଓ କାମ କରିବାର ଅଭ୍ୟସରେ ତାଳମେଳ ରହୁନାହିଁ ,ଯାହା ପେଟରେ ଚର୍ବି ବୃଦ୍ଧି ହେବାର କାରଣ ଅଟେ l ପେଟରେ ଚର୍ବି ବଢିଲେ ଏହିସବୁ ରୋଗ ହୋଇଥାଏ l

ହୃଦଘାତ -ଆମେରିକାନ ଲାଇବ୍ରେରୀ ଅଫ ମେଡିସିନର ତଥ୍ୟ ଅନୁସାରେ ହୃଦଘାତ ଯୋଗୁ ଅଧିକ ମୃତ୍ୟୁ ହୋଇଥାଏ l ପେଟରେ ଚର୍ବି ବଢିବା କାରଣରୁ ରକ୍ତଚାପ ଓ କୋଲେଷ୍ଟ୍ରଲ ବୃଦ୍ଧି ପାଏ l ଯେଉଁ କାରଣରୁ ହୃଦଘାତ ହେବାର ସମ୍ଭାବନା ଥାଏ ତେଣୁ ପେଟରେ ଚର୍ବି ଜମିବାକୁ ଦିଅନ୍ତୁ ନାହିଁ l

ଟାଇପ୍ ୨ ମଧୁମେହ -ଏକ ଗବେଷଣା ଅନୁସାରେ ପେଟରେ ଚର୍ବି ବଢିବା ଦ୍ୱାରା ଟାଇପ୍ ୨ ମଧୁମେହ ରୋଗ ଦେଖା ଦେଇଥାଏ l ତେଣୁ ଆପଣ ଓଜନକୁ ନିୟନ୍ତ୍ରଣ କରି ମଧୁମେହର ବିପଦକୁ ନିୟନ୍ତ୍ରଣ କରି ପାରିବେ l

କ୍ୟାନ୍ସର -ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେଯେ ପେଟରେ ବଢୁଥିବା ଚର୍ବି ଅନେକ ଗୁଡିଏ କ୍ୟାନ୍ସରର ମଧ୍ୟ କାରଣ ହୋଇପାରେ l ଆମେରିକାର ଏକ ଡାକ୍ତରୀ ଦଳ ଗବେଷଣା କରି ଜାଣି ପାରିଛନ୍ତି ଯେ ପେଟର ଚର୍ବି ସ୍ତନ କର୍କଟ ରୋଗର ସମ୍ଭାବନାକୁ ବଢ଼ାଇ ଦେଇଥାଏ l

ଆଥରାଇଟ୍ସ -ଏକ ଗବେଷଣାରୁ ଜଣ ପଡିଛି ଯେ ମେଦ ବହୁଳତା ମଧ୍ୟ ହୋଇପାରେ ଆଥରାଇଟ୍ସର କାରଣ l ଏହି ସମସ୍ୟା ଦେଖା ଗଲେ ଆଣ୍ଠୁ ,ଅଣ୍ଟା ,ପିଠି ଓ ବେକ ପ୍ରଭୃତି ପ୍ରଭାବିତ ହୋଇଥାଏ l ଯେତେବେଳେ ଆମ ଶରୀରର ଓଜନ ଅଧିକ ବଢି ଯାଇଥାଏ ସେତେବେଳେ ଆମର ଯଏଣ୍ଟ ଉପରେ ଅଧିକ ପ୍ରଭାବ ପଡିଥାଏ l ଏହା ଦ୍ୱାରା ଆମର କାର୍ତ୍ତିଲେଜ ଘଷି ହେବାକୁ ଆରମ୍ଭ କରେ ,ଏହି କାରଣରୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦେଖା ଦେଇଥାଏ l

Show More

Related Articles

Back to top button