ଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ସମସ୍ତ କରୋନା ଯୋଦ୍ଧାଙ୍କୁ ମାଗଣାରେ ମିଳିବ ଟିକା

ଓଡ଼ିଶାରେ ପ୍ରଥମେ ୩ଟି ଶ୍ରେଣୀଭୁକ୍ତ କରୋନା ଯୋଦ୍ଧାଙ୍କୁ ମାଗଣା ଟିକା ମିଳିବ

କରୋନା ଯୋଦ୍ଧାଙ୍କୁ ମାଗଣାରେ ମିଳିବ ଟିକା। ଓଡ଼ିଶାରେ ପ୍ରଥମେ ୩ଟି ଶ୍ରେଣୀଭୁକ୍ତ କରୋନା ଯୋଦ୍ଧାଙ୍କୁ ମାଗଣା ଟିକା ମିଳିବ। ଏହି ଶ୍ରେଣୀରେ ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀମାନେ ରହିଛନ୍ତି। ଏହାପରେ ପୌର, ସ୍ୱାସ୍ଥ୍ୟ ଓ ପାନୀୟ ଜଳ ଯୋଗାଣ କର୍ମଚାରୀମାନଙ୍କ ପାଇଁ ମାଗଣା ଟିକା ବ୍ୟବସ୍ଥା କରାଯାଇଛି।

ଏହି ଦୁଇ ଶ୍ରେଣୀର ଲୋକଙ୍କୁ ବାଦ୍ ଦେଇ ବୟସ୍କ ବ୍ୟକ୍ତିମାନଙ୍କୁ ମଧ୍ୟ ମାଗଣାରେ ଟିକା ଦିଆଯିବ। କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ମୁତାବକ, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଏ ସଂପର୍କରେ ସୂଚନା ଦେଇଛନ୍ତି। ଜାନୁୟାରୀ ମାସ ଭିତରେ ଟିକାକରଣ ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।

Tags
Show More

Related Articles

Back to top button
Close