ଓଡ଼ିଶାରାଜନୀତି

ଆଜି ବସୁଛି ବିଜୁ ଯୁବ ଜନତା ଦଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

ଯୋଗଦେବେ ୨୮୦ଜଣ କାର୍ଯ୍ୟକର୍ତ୍ତା

ଯୁବ ବିଜୁ ଜନତା ଦଳର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ବସୁଛି । ଶୁକ୍ରବାର ସକାଳ ୧୦ଟା ୧୫ରେ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ୨୮୦ଜଣ କାର୍ଯ୍ୟକର୍ତ୍ତା ଯୋଗଦେବେ ।ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ମାଧ୍ୟମରେ ନବୀନ ନିବସରୁ ବୈଠକରେ ସାମିଲ ହେବେ । ଏହି ବୈଠକରେ ଦୁଇ-ତିନୋଟି ପ୍ରସ୍ତାବ ଆଗତ ହେବ । ସାଙ୍ଗଠନିକ ଚିଠା ପ୍ରସ୍ତାବ, ରାଜନୈତିକ ଚିଠା ପ୍ରସ୍ତାବ ଓ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ।

ସଂଗଠନକୁ ତୃଣମୂଳ ସ୍ତରରୁ କେମିତି ମଜବୁତ କରିହେବ ସେ ନେଇ ବିଚାର ବିମର୍ଷ କରାଯିବ । ମୁଣ୍ଡ ଉପରେ ମୁନିସିପାଲଟି ଏବଂ ପଞ୍ଚାୟତ ନିର୍ବାଚନ ଥିବାରୁ ୱାର୍ଡ ସ୍ତରରୁ କିଭଳି ସଂଗଠନ ମଜବୁତ ହେବ ଏବଂ ନୂଆ ସଦସ୍ୟ ହେବେ ସେ ନେଇ ରଣନୀତି ପ୍ରସ୍ତୁତ କରାଯିବ। ଚଳିତ ବର୍ଷ ୨୫ ଲକ୍ଷ ନୂଆ ଯୁବ ସଦସ୍ୟ କରିବାକୁ ଲକ୍ଷ୍ୟ ରଖାଯାଇଛି।

Show More

Related Articles

Back to top button