ସ୍ୱାସ୍ଥ୍ୟ

ବାଜରାର ଏହି ଗୁଣକୁ ଜଣାନ୍ତୁ : ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭ କାରି

ବାଜରା ମୁଖ୍ୟତ ଭାବରେ ଭାରତ ଓ ଆଫ୍ରିକାରେ ପୂର୍ବରୁ ଉତ୍ପାଦ ହେଉଥିଲା ,କିନ୍ତୁ ବର୍ତ୍ତମାନ ବିଶ୍ୱର ବିଭିନ୍ନ ସ୍ଥାନରେ ବାଜରା ଉତ୍ପାଦନ କରାଯାଉଛି l ବାଜରାପୋଷାକ ତତ୍ତ୍ୱରେ ଭରପୁର ଅଟେ ଏହା ଶରୀର ପାଇଁ ଅତ୍ୟନ୍ତ ଲାଭ ଦାୟକ l ବାଜରାର ବ୍ୟବହାର ରୁଟି ଓ ପାଉରୁଟିରେ ମଧ୍ୟ ବ୍ୟବହାର କରାଯାଇଥାଏ

ଆଜି ଆସନ୍ତୁ ଜାଣିବା ବାଜରାର ଲାଭକାରୀ ଗୁଣ ବିଷୟରେ l

* ବାଜରାରେ କ୍ୟାଲୋରୀ ଖୁବ କମ ରହିଥାଏ l ଯେଉଁ ଲୋକ ମାନେ ଓଜନ କମାଇବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବାଜରାରେ ପ୍ରସ୍ତୁତ ରୁଟି ଗୋଟିଏ ଭଲ ବିକଳ୍ପ ଅଟେ l ଅଧିକାଂଶ ବ୍ୟକ୍ତି ଜିମ୍ ଯିବା ସହିତ ବାଜରା ରୁଟିକୁ ଖାଦ୍ୟରେ ସାମିଲ କରି ଥାନ୍ତି l ଏଥିରେ ଫାଇବର ଥିବା କାରଣରୁ କୋଷ୍ଠକାଠିନ୍ୟ ଦୂର ହୋଇଥାଏ l ଫାଇବର ଅଧିକ ଥିବା କାରଣରୁ ମଧ୍ୟ ଓଜନ କମିବାରେ ବାଜରା ସାହାଯ୍ୟ କରେ l

* ଆମେ ସମସ୍ତେ ଜାଣିଛେ ଯେ ଫାଇବରରେ ଭରପୁର ଅଟେ ବାଜରା,ତେଣୁ ଦୁତୀୟ ପ୍ରକାରର ମଧୁମେହ ରୋଗ ପାଇଁ ଏହା ଅତ୍ୟନ୍ତ ପ୍ରଭାବ ଶାଳୀ l ବାଜରାନିୟମିତ ସେବନ କରିବା ଦ୍ୱାରା ରକ୍ତ ଶର୍କରାର ସ୍ତର ସନ୍ତୁଳିତ ରୁହେ ଏବଂ ଅଧିକ କାର୍ବୋ ହାଇଡ୍ରେଡ଼ ଖାଇଲେ ମଧ୍ୟ ରକ୍ତ ଶର୍କରା ବୃଦ୍ଧି ହୁଏ ନାହିଁ ,ଏହାକୁ ବାଜରାଅଟକାଇ ଥାଏ l

* ଗବେଷଣାରୁ ଜଣା ପଡିଛି ଯେ ବାଜରାରେ ପ୍ରୋଟିନ ,ଭିଟାମିନ-ବି ୬ ,ଜିଙ୍କ ,ଆଇରନ ଓ ଫୋଲଡ ଅଧିକ ପରିମାଣରେ ରହିଛି l ଏହି ସମସ୍ତ ପୋଷାକ ତତ୍ୱ ତ୍ୱଚାକୁ ସୁନ୍ଦର କରିବା ସହିତ ଶରୀରକୁ ମଧ୍ୟ ସୁସ୍ଥ ରଖିଥାନ୍ତି l ତାସାହିତ କେଶ ମଧ୍ୟ ସୁସ୍ଥ ରହିଥାଏ l

Show More

Related Articles

Back to top button