ଦେଶ ବିଦେଶ

ଋଣଗ୍ରସ୍ତ ରହି ଚିନ୍ତାରେ ରହୁଛନ୍ତି କି ?

ଏହି ୬ଟି ଉପାୟ ଅବଲମ୍ବନ କରନ୍ତୁ , ଖୁସିରେ ରହନ୍ତୁ

ମଣିଷ ଜୀବନରେ ଧନର ସମସ୍ୟା ସବୁଠାରୁ ବଡ଼ ସମସ୍ୟା ଅଟେ l ଧନର କମି କାରଣରୁ ମଣିଷ ଅନେକ ପ୍ରକାର ଅସୁବିଧାରେ ପଡିଥାଏ l ଅନେକ ସମୟରେ କଠୋର ପରିଶ୍ରମ କରି ମଧ୍ୟ ଧନ ମିଳିନଥାଏ l ତେଣୁକରି ଆମେ କିଛି ଉପାୟ ବଲମ୍ବନ କରି ଏହି ଧନର ଅସୁବିଧାକୁ ଦୂର କରି ପାରିବା l କାରଣ ଭଗବାନଙ୍କ ବିନା ଆଶୀର୍ବାଦରେ ସୁଖ,ଶାନ୍ତି ଓ ଧନ ଅସମ୍ଭବ l ତେଣୁ କିଛି ଉପାୟ ବଲମ୍ବନ ଦ୍ୱାରା ଏହାକୁ ହାସଲ କରାଯାଇ ପାରିବ l

* ପ୍ରତେକ ଦିନ ସକାଳୁ ଗାଧୋଇ ସାରି ଗାଈକୁ ରୁଟି ଖାଇବାକୁ ଦେବା ଆବଶ୍ୟକ l ଏପରି କରିବା ଦ୍ୱାରା ମା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଥାନ୍ତି ଓ ଆଶୀର୍ବାଦ ପ୍ରଦାନ କରି ଥାନ୍ତି l

* ଯଦି ଆପଣଙ୍କ କାମରେ ବାଧା ଉପୁଜୁଛି କିମ୍ବା ପଦଉନ୍ନତିରେ କିଛି ଅସୁବିଧା ଦେଖା ଦେଉଛି ତେବେ ବୁଧବାର ଦିନ ଗୋଟିଏ ନଡ଼ିଆ ନେଇ ନିଜ ମୁଣ୍ଡ ଉପରେ ୭ ଥର ବୁଲାନ୍ତୁ ଓ ମନ୍ଦିରରେ ରଖି ଦିଅନ୍ତୁ l ଏପରି କରିବା ସମୟରେ ପଛକୁ ବୁଲି ଦେଖିବେ ନାହିଁ ଆପଣଙ୍କର ସବୁ ଅସୁବିଧା ଦୂର ହୋଇଯିବ l

* ବୁଧବାର ଦିନ ଲାଲ ବସ୍ତ୍ର ,ଲାଲ ଫୁଲ ,ଫଳ ଓ ଲଡୁ ନେଇ ଗଣେଶଙ୍କୁ ଅର୍ପଣ କରନ୍ତୁ ,ଏହା ଦ୍ୱାରା ଆର୍ଥିକ ସମୃଦ୍ଧି ହେବ ସହିତ ମନକୁ ଶାନ୍ତି ମିଳିବ l

* ଯଦି ସମ୍ଭବ ହେଉଛି ପ୍ରତେକ ଦିନ ସକାଳୁ ଦୁର୍ଗାଙ୍କ ମନ୍ଦିରକୁ ଯାଇ ମାଙ୍କୁ ଦୀପ ଅର୍ପଣ କରନ୍ତୁ ଏହା ଦ୍ୱାରା ଆପଣଙ୍କ ପରିବାରରରୁ ସମସ୍ତ ବିପଦ ଦୂରେଇବା ସହିତ ଅସୁବିଧା ମଧ୍ୟ ଦୂର ହେବ l

* ସପ୍ତାହରେ ୭ ଦିନ ପର୍ଯ୍ୟନ୍ତ ହନୁମାନଙ୍କ ନିକଟରେ ରାଶି ଟେଲର ଦୀପ ଅର୍ପଣ କରି ହନୁମାନ ଚାଳିଶ ପାଠ କରନ୍ତୁ l ମାନ୍ୟତା ରହିଛି ଯେ ଏହା ଦ୍ୱାରା ବିଗିଡ଼ିଥିବା କାର୍ଯ୍ୟ ମଧ୍ୟ ହୋଇଯିବ l

* ଯଦି ଆପଣ ଋଣ ଗ୍ରସ୍ତ ହୋଇଛନ୍ତି ତେବେ ପ୍ରତେକ ଗୁରୁବାର ଦିନ ନିଜ ଠାକୁର ଘରେ ଦୀପ ଦେଇ ରାମ ରକ୍ଷା ସ୍ତୋତ୍ର ପାଠ କରନ୍ତୁ ଏପରି କରିବା ଦ୍ୱାରା ରୋଗରୁ ମୁକ୍ତି ମିଳିବ l

Show More

Related Articles

Back to top button