ଦେଶ ବିଦେଶ

କୋଭିଡ୍‌ କଟକଣା ଭିତରେ ପାଳିତ ହେବ କପିଳାଶ ଜାଗର ଯାତ୍ରା

କେବଳ ଢେଙ୍କାନାଳବାସୀଙ୍କୁ ଅନୁମତି

ପବିତ୍ର ଶିବରାତ୍ରୀ ଅବସରରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ କପିଳାଶର ଜାଗର ଯାତ୍ରା ପାଳିତ ହେବାକୁ ଯାଉଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । କୋଭିଡ ସଂକ୍ରମଣକୁ ଆଖି ଆଗରେ ରଖି ଚଳିତ ବର୍ଷ ଜିଲ୍ଲା ତଥା ରାଜ୍ୟ ବାହାର ଲୋକଙ୍କୁ କପିକାଶ ବାରଣ କରାଯାଇଛି । କହିବାକୁ ଗଲେ କୋଭିଡର କଡା କଟକଣା ମଧ୍ୟରେ ଏହି ଜାଗର ଯାତ୍ରା ପାଳିତ ହେବାକୁ ଯାଉଛି ।

ଚଳିତବର୍ଷ ଭୋର ୪ଟା ୨୦ମିନିଟରେ ମହାଦୀପ ମନ୍ଦିର ଚୁଡାକୁ ଉଠିବାର ସମୟ ନିର୍ଘଣ୍ଟ ହୋଇଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଉଭୟ ପାହାଚ ଓ ବାରବାଙ୍କ ରାସ୍ତା ମରାମତି ସାଙ୍ଗକୁ ଶୃଙ୍ଖଳିତ ଦର୍ଶନ ପାଇଁ ବାରିକେଟ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି । ତେବେ କୋଭିଡ ସଂକ୍ରମଣ ଆଶଙ୍କାରେ ଚଳିତ ବର୍ଷ ଜିଲ୍ଲା ତଥା ରାଜ୍ୟ ବାହାର ଲୋକଙ୍କୁ କପିଳାଶ ପୀଠ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଶୃଙ୍ଖଳିତ ଦର୍ଶନ ଓ ଶାନ୍ତି ଶୃଙ୍ଖଳା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ୧୩ପ୍ଲାଟୁନ ପୁଲିସ ଫୋର୍ସ ସହ ୫୫ଜଣ ପୁଲିସ ଅଧିକାରୀ ନିୟୋଜିତ ରହିବେ ବୋଲି ଜଣାପଡିଛି । ତେବେ ପରମ୍ପରା ମୁତାବକ ପ୍ରତେକବର୍ଷ ପରି ସେବାୟତ ମାନଙ୍କ ମାଧ୍ୟମରେ ପ୍ରଭୁଙ୍କ ନୀତିକାନ୍ତି କରାଯିବ ବୋଲି ପ୍ରକାଶ କରିଛନ୍ତି ଜିମାଦର ଓ ସେବାୟତ ।

ତେବେ ଚଳିତ ବର୍ଷ କୋଭିଡ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି । ମନ୍ଦିରକୁ ଭୋଗ ମନା ଥିବାବେଳେ ମନ୍ଦିର ସେବାୟତ ମାନଙ୍କର ଗତ ତିନିଦିନ ଧରି କୋଭିଡ ଟେଷ୍ଟ କରାଯାଉଛି । ଅପରପକ୍ଷରେ ମନ୍ଦିର ପାଦ ଦେଶ ଦେଓଗାଁଠାରେ କୋଭିଡ ଟେଷ୍ଟ ସେଣ୍ଟର ବ୍ୟବସ୍ଥା କରାଯାଇଛି । ଢେଙ୍କାନାଳ ଜିଲ୍ଲାବାସୀ ସେମାନଙ୍କ ବାସିନ୍ଦା ପ୍ରମାଣପତ୍ର ଓ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଏହି ପୀଠକୁ ଯାଇପାରିବେ ବୋଲି ଜଣାପଡିଛି । ଏହା ସହ ଚଳିତ ବର୍ଷ ପୀଠର ଉପରେ କୌଣସି ପ୍ରକାର ଭଜନ ସମାରୋହ ବା ମେଳା ମହୋତ୍ସବ କାରାଯିବା ସ୍ଥାନରେ କଡା କଟକଣା ରହିଛି । କହିବାକୁ ଗଲେ ବିନା ଜନ ଗହଳିରେ କୋଭିଡ ଗାଇଡ଼ ଲାଇନରେ ଚଳିତବର୍ଷ କେବଳ ଢେଙ୍କାନାଳ ଜିଲ୍ଲା ବାସୀଙ୍କ ମଧ୍ୟରେ କପିଳାଶ ପୀଠର ଜାଗର ଯାତ୍ରା ସୀମିତ ରହିବ ବୋଲି ଦେବୋତ୍ତର ଅଧିକାରୀ ତଥା ଢେଙ୍କାନାଲ ଉପଜିଲ୍ଲାପାଳ ପ୍ରକାଶ କରିଛନ୍ତି ।

Show More

Related Articles

Back to top button